Odiapua.com

ଆଓମା ଗୁରୁକୁଳ ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ଶୁଭେଚ୍ଛା ବାର୍ତାଦେଲେ ଏସପି

ମାଲକାନଗିରି,୨ା୧(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାଠାରେ ଥିବା ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଲ୍‌ଓଡିଶା ମାର୍ଶଲଆର୍ଟ ଏକାଡେମୀ(ଆଓମା ଗୁରକୁଳ ) ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ନବବର୍ଷର ଶୁଭେଚ୍ଚା ଜଣାଇଛନ୍ତି ମାଲକାନଗରି ର ଏସପି ପ୍ରହ୍ଲାଦ ସାହାଇ ମୀନା, ଗତ କାଲି ନବର୍ଷ ସମସ୍ତ ଜିଲ୍ଲାସ୍ତରୀୟ ଅଫିସର ପାଳନକରୁଥିବା ବେଳେ ମାଲକାନଗିରି ଏସପି ଶ୍ରୀ ମୀନା ଆଓମା ଗୁରୁକୁଳ ପରିଦର୍ଶନକରି ସେଠାରେ ଥିବା ପିତୃ ମାତୃ ହରା ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ଭେଟି ସେମାନଙ୍କ ସହିତ ନବବର୍ଷର ଉତ୍ସବ ମନାଇଥିଲେ । ୩୦ଜଣ ଅନ୍ତେବାସୀଙ୍କୁ ଏସପି ମିଠା ପ୍ୟାକେଟ,ନବବର୍ଷର ଡାଇରୀ,ପୁସ୍ପଗୋଛ ପ୍ରଦାନକରି ସଫଳତା କାମନା କରିଥିଲେ । ଜାତୀୟସ୍ତର ରେ ବିଭିନ୍ନ କ୍ରୀଡାରେ ସ୍ୱଣ୍ଣ ର୍,ରୌପ୍ୟ, ତାମ୍ର ପଦକ ହାସଲ କରି ପୁରସ୍କୃତ ହୋଇଥିବା ଆଦିବାସୀ ଛାତ୍ରୀ ଛାତ୍ରୀ ମାନେ ସେମାନଙ୍କ ପୁରଣାବର୍ଷର ଅନୁଭୂତି ସଂପର୍କରେ କହିବାସହିତ ପୁରଣାବର୍ଷକୁ ବିଦାୟ ଦେଇ କେକ କାଟି ନୂତନବର୍ଷଷକୁ ସ୍ୱାଗ ଜଣାଇଥିଲେ । ଆଓମା ଗୁରୁକୂଳର ମୁଖ୍ୟ ପରିଚାଳକ ବିନାଶ କୁମାର ମିଶ୍ର ଏସପି ଙ୍କ ବଦାନ୍ୟତା କୁ ସାଧୁବାଦ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।