Odiapua.com

ଆଉ ୨୧ ହଜାର ୬୩ ଜଣଙ୍କୁ ମଧୁବାବୁ ପେନସନ, ହିତାଧିକାରୀଙ୍କ ସଂଖ୍ୟା ୮୯ ହଜାରରୁ ୧ ଲକ୍ଷ ୧୦ ହଜାରକୁ ବଢିଲା

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଭଦ୍ରକ ଜିଲାରେ ଆଉ ୨୧ ହଜାର ୬୩ ଜଣ ଭତ୍ତା ଆବେଦନକାରୀଙ୍କୁ ମଧୁବାବୁ ପେନସନରେ ଯୋଡାଯାଇଛି । ଜିଲାରେ ୨୦୨୨-୨୩ ସୁଦ୍ଧା ମଧୁବାବୁ ପେନସନ ଯୋଜନାରେ ୮୯ ହଜାର ହିତାଧିକାରୀ ଭତ୍ତା ପାଉଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ଏହା ଏବେ ୧ ଲକ୍ଷ ୧୦ ହଜାର ୬୪ ରେ ପହଞ୍ôଚଛି । ଜିଲାରେ ପ୍ରାୟ ୧୮ ହଜାରରୁ ଉର୍ଦ୍ଧ୍ୱ ବହୁଦିନ ଧରି ସରକାରଙ୍କ ଠାରୁ ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ଥିଲେ । ମଧୁବାବୁ ପେନସନ ଯୋଜନାରେ ଯୋଡି ହୋଇଥିବା ନୂଆ ହିତାଧିକାରୀ ସେମାନଙ୍କ ପ୍ରଥମ ଭତ୍ତା ଟଙ୍କା ଆସନ୍ତା ୧୫ ତାରିଖ (ସ୍ୱାଧୀନତା ଦିବସ) ରେ ପାଇବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ୧୮ ହଜାରରୁ ଉର୍ଦ୍ଧ୍ୱ ଆବେଦନକାରୀଙ୍କ ଭତ୍ତା ପ୍ରଶାସନ ପକ୍ଷରୁ ମଂଜୁର କରାଯାଇଛି । ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ହିତାଧିକାରୀମାନଙ୍କୁ ସେମାନଙ୍କୁ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । କ୍ୟାମ୍ପ ମୋଡରେ ସମସ୍ତ ହିତାଧିକାରୀଙ୍କୁ ଶୃଙ୍ଖଳିତ ଭାବେ ଭତ୍ତା ଟଙ୍କା ବଣ୍ଟନ କରିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୬୦ ରୁ ୭୯ ବର୍ଷ ପର୍ଯ୍ୟନ୍ତ ମାସକୁ ୫୦୦ ଟଙ୍କା, ୮୦ ରୁ ଉର୍ଦ୍ଧ୍ୱ ୭୦୦ ଟଙ୍କା ଭତ୍ତା ମିଳୁଛି । ୪୦/୫୯ ପ୍ରତିଶତ ଶାରୀରିକ ଅକ୍ଷମ ଥିବା ଦିବ୍ୟାଙ୍ଗକୁ ୫୦୦ ଟଙ୍କା ଦିଆଯାଉଥିବାବେଳେ ୬୦ ରୁ ଉର୍ଦ୍ଧ୍ୱ ପ୍ରତିଶତ ଶାରୀରିକ ଭିନ୍ନକ୍ଷମଙ୍କୁ ୭୦୦ ଟଙ୍କା ଓ ୮୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିଲେ ସେମାନଙ୍କୁ ମାସିକ ୯୦୦ ଟଙ୍କା ଲେଖାଏଁ ମଧୁବାବୁ ପେନସନ ଯୋଜନାରେ ମିଳୁଛି ।

ମଧୁବାବୁ ପେନସନ ଯୋଜନାରେ ବାସୁଦେବପୁର ବ୍ଲକ୍‌ରେ ୧୩୪୯୨ ହିତାଧିକାରୀ ଭତ୍ତା ପାଉଥିଲେ, ଏବେ ଯୋଡିହେଲେ ୩୧୦୪, ବାସୁଦେବପୁର ବ୍ଲକ୍‌ରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୧୬୫୯୬ ରେ ପହଞ୍ôଚଛି । ସେହିପରି ବାସୁଦେବପୁର ପୌରପାଳିକାରେ ୨୪୭୧ ହିତାଧିକାରୀ ଥିଲେ, ୪୭୭ ନୂଆ ସାମିଲ ହେବା ପରେ ଏହାର ସଂଖ୍ୟା ୨୯୪୮ ରେ ପହଞ୍ôଚଛି । ଭଦ୍ରକ ବ୍ଲକ୍‌ରେ ପୂର୍ବରୁ ୧୧୭୬୭ ହିତାଧିକାରୀ ଭତ୍ତା ପାଉଥିବାବେଳେ ନୂଆ ୩୦୮୬ ଯୋଡି ହେଲେ । ଫଳରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ହେଲା ୧୪୮୫୩ । ଭଦ୍ରକ ପୌରପାଳିକାରେ ୫୮୪୩ ଜଣ ହିତାଧିକାରୀ ଥିଲେ, ୧୫୨୧ ନୂଆ ଯୋଡିହେବା ପରେ ୭୩୬୪ ରେ ସଂଖ୍ୟା ପହଞ୍ôଚଛି । ଭଣ୍ଡାରିପୋଖରୀ ବ୍ଲକ୍‌ରେ ୭୪୫୦ ଭତ୍ତା ପାଉଥିଲେ, ନୂଆ ୧୮୦୧ ଯୋଡି ହେବା ପରେ ଏହା ବୃଦ୍ଧି ପାଇ ୯୨୫୧ ରେ ପହଞ୍ôଚଛି । ବନ୍ତ ବ୍ଲକ୍‌ରେ ୯୦୪୦ ଜଣ ହିତାଧିକାରୀ ଥିଲେ, ଏବେ ନୂଆ ୨୧୫୪ ଯୋଡି ହେବା ପରେ ୧୧୧୯୪ ରେ ପହଞ୍ôଚଛି । ଚାନ୍ଦବାଲିରେ ୧୨୭୩୬ ହିତାଧିକାରୀ ଥିବାବେଳେ ନୂଆ ୩୧୬୨ ଯୋଡି ହୋଇ ମୋଟ ୧୫୮୯୮ ରେ ପହଞ୍ôଚଛି । ଚାନ୍ଦବାଲି ଏନଏସିରେ ୧୬୨୪ ହିତାଧିକାରୀ ଥିବାବେଳେ ୩୮୦ ନୂଆ ସାମିଲ ହୋଇ ସଂଖ୍ୟା ୨୦୦୪ ରେ ପହଞ୍ôଚଛି । ଧାମନଗର ବ୍ଲକ୍‌ରେ ୧୧୨୭୨ ଜଣ ହିତାଧିକାରୀ ଥିଲେ, ୨୫୬୮ ନୂଆ ଯୋଡି ହେବା ପରେ ଏହାର ସଂଖ୍ୟା ୧୩୮୪୦ ରେ ପହଞ୍ôଚଛି । ଧାମନଗର ଏନଏସିରେ ୧୪୪୧ ହିତାଧିକାରୀ ଥିବାବେଳେ ୩୨୫ ନୂଆ ଯୋଡି ହେବା ପରେ ଏହାର ସଂଖ୍ୟା ୧୭୬୬ ରେ ପହଞ୍ôଚଛି । ସେହିପରି ତିହିଡି ବ୍ଲକ୍‌ରେ ମଧୁବାବୁ ପେନସନ ଯୋଜନାରେ ପୂର୍ବରୁ ୧୧୮୬୫ ହିତାଧିକାରୀ ଭତ୍ତା ପାଉଥିଲେ । ୨୪୮୪ ନୂଆ ଯୋଡି ହେବା ପରେ ଏହାର ସଂଖ୍ୟା ବୃଦ୍ଧି ପାଇ ୧୪୩୪୯ ରେ ପହଞ୍ôଚଛି ।