Odiapua.com

ଆଉ ନୂଆ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଉ ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହି ଆକ୍ରାନ୍ତମାନେ ହେଲେ ବାସୁଦେବପୁର ପୌରପାଳିକାର ୱାର୍ଡ ନଂ ୧୧, ୧୪, ୧୮, ୨୨ରୁ ମୋଟ ୯ଜଣ, ଭଦ୍ରକ ପୌରପାଳିକାର ଅପର୍ତ୍ତିବିନ୍ଧା, ଚନ୍ଦନବଜାର, ଗରଦପୁର, ଡଗରାସାହି, ମଠସାହି, କଣ୍ଟାବଣିଆ, ଜାନୁଗଞ୍ଜ, କୁଆଁସ, ବଙ୍କସାହି, ପୁରୁଣାବଜାର, ଡାହାଣିଗଡିଆ, ବାଗୁରାଇରୁ ମୋଟ ୨୪ଜଣ, ଧାମନଗର ଏନ୍‌ଏସିର ୩ ନଂ ୱାର୍ଡ ଓ ୧୧ ନଂ ୱାର୍ଡରୁ ୪ଜଣ, ତିହିଡ଼ି ବ୍ଳକର ବାରୋ, ଚାରିବୃତ୍ତି, ଭାଟପଡା, ପୀରହାଟ, ଗୋବିନ୍ଦପୁର, କୋହ୍ଲ, କୁବେରା, ମହରମପୁର, ଗୁଡୁପାଳ, ତାଳପଦା, ବାଲିଚତୁରୀ, ହରିପୁର, ରାଜେନ୍ଦ୍ରପୁର, ହାଟୁରୀ, ନରେନ୍ଦ୍ରପୁର ଓ ବୋଡକ ଗ୍ରାମରୁ ୩୫ଜଣ, ଚାନ୍ଦବାଲି ବ୍ଳକ ଗୋପାଳପୁର, ବାଲିଆପାଳ, ଭାଟପଡା, ଧମାରା, ବଳଭଦ୍ରପ୍ରସାଦ, ଜଳେଶ୍ୱରପୁର, ନଳଗୋହିରା, ହଳଦିଆ, ଖଦାଳପୋଖରୀ ଗ୍ରାମରୁ ୨୪ଜଣ, ଚାନ୍ଦବାଲି ଏନ୍‌ଏସିର ୬ ନଂ ୱାର୍ଡରୁ ଜଣେ, ବନ୍ତ ବ୍ଳକର ଆଡିଆ, ଗୋପିନାଥପୁର, ଅଣିଜୋ, କେନ୍ଦୁଆପଦା, ନିଳୋକ, ଷେଣ୍ଢତୀରା, ତୋଡଗାଁ, ଛୟାଳସିଂହ, ବସନ୍ତିଆ ଗ୍ରାମରୁ ୧୩ଜଣ, ଭଦ୍ରକ ବ୍ଲକର ଚରମ୍ପା, ବେନ୍ତାଳ, ବେତରା, ଭୀମପୁର, ଏରେଇଁ, ସାମରାଇପୁର, ଲାଙ୍ଗୁଡି, କଲେଇ, ଜିତାନଗା, ଖଣ୍ଡତଡା, ରାନ୍ଦିଆ, ରାହାଞ୍ଜ, ଆଟୋ, ବାଉଦପୁର, ଜଗଦଳପୁର, କାଉପୁର, କୋରକୋରା, ରାଇପୁର, ଓଲଙ୍ଗ, ପରସିଂଗା ଗ୍ରାମରୁ ୪୦ଜଣ, ବାସୁଦେବପୁର ବ୍ଳକର ଅରଣ୍ଡୁଆ, ବରଣ୍ଡୁଆ, ବ୍ରାହ୍ମଣୀଗାଁ, ନୂଆଗାଁ, ସୁଦର୍ଶନପୁର, ବେତଡା, ବାଲିମେଦ, ବିଦେଇପୁରରୁ ୧୨ଜଣ, ଅନ୍ୟ ଜିଲ୍ଲାରୁ ୮ଜଣ, ଭଣ୍ଡାରିପୋଖରୀ ବ୍ଳକର ମଢିଆଳି, ବୟାଁବନାପୁର, ସାନଶାସନ, ବିଷ୍ଣୁପୁର, ଦକ୍ଷିଣବାଡ, ଶାରଦାପୁର, ଷୋଳମପୁର, ଡଗରପଡା, ନେରଡା, ରହଣିଆ, ରାଜେନ୍ଦ୍ରପୁର, ସରପଦା, ତେସିଙ୍ଗା, ପାଟୁଳି ଗ୍ରାମରୁ ୩୯ ଜଣ, ଧାମନଗର ବ୍ଳକର ଧୁଷୁରୀ, ଗଢିଆଳି, ପଙ୍ଗଟା, କାସିମପୁର, କୋଠାର, ନଦୀଗାଁ, ପାଳସାହି ଗ୍ରାମରୁ୨ଜଣ, ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ୧୨ଜଣ ଜିଲ୍ଲା ବାହାରେ ଚିହ୍ନଟ ହୋଇଥିବା ଜଣାଯାଇଛି ।