Odiapua.com

ଆଇସିଏଆଇ ସମ୍ବଲପୁର ଚେପ୍ଟର, କ୍ଷୀରୋଦ ଅଧ୍ୟକ୍ଷ ଓ ଯଜ୍ଞ ନାରାୟଣ ଉପାଧ୍ୟକ୍ଷ ନିର୍ବାଚିତ

ସମ୍ବଲପୁର, ୮/୮ (ଓଡ଼ିଆ ପୁଅ) ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଏକାଉନଟେଂଟ ଅଫ ଇଂଡ଼ିଆର ସମ୍ବଲପୁର ଶାଖାର ନୂତନ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଯାଇଛି। ନିର୍ବାଚିତ ନୂତନ କର୍ମକର୍ତା ମାନେ ହେଲେ ଓସ୍କୋର ଉପ ମହାପ୍ରବଂଧକ କ୍ଷୀରୋଦ ଚନ୍ଦ୍ର ନନ୍ଦ ଅଧ୍ୟକ୍ଷ, ସିଏ ଯଜ୍ଞ ନାରାୟଣ ପ୍ରଧାନ ଉପାଧ୍ୟକ୍ଷ, ସିଏ ବି ଏନ ପାଣି ସମ୍ପାଦକ, ଏମସିଏଲର ଉପ ପ୍ରବଂଧକ ଡ଼ି କେ ବର୍ମା ଯୁଗ୍ମ ସମ୍ପାଦକ ଏବଂ ପଞାବ ନ୍ୟାସନାଲ ବ୍ୟାଙ୍କର ପ୍ରବଂଧକ ରବି ନାରାୟଣ ଦାଶ ଓ ସିଏ ବିନ୍ଦୁ ସ୍ୱରୂପ ପାଣିଗ୍ରାହୀ କୋଷାଧ୍ୟକ୍ଷ। ସିଏମଏ ତନ୍ମୟ ପ୍ରଧାନ ଏବଂ ପି. ପ୍ରଦୀପ ପାତ୍ରଙ୍କ ଉପସ୍ତିତିରେ ଏହି ନିର୍ବାଚନ ଅନୁଷ୍ଟିତ ହୋଇଥିଲା। ଏହି କର୍ମକର୍ତା ମାନେ ଚାରୀ ବର୍ଷ ପାଇଁ ଦାୟୀତ୍ୱରେ ରହିବେ।