Odiapua.com

ଆଇପିଏସ୍‌ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର ୧୭ -୧୧ (ଓଡ଼ିଆ ପୁଅ) ଆଇପିଏସ୍‌ ସ୍ତରରେ ଛୋଟ ଧରଣର ଅଦଳ ବଦଳ ହୋଇଛି। ଏ ନେଇ ଓଡିଶା ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ,

– ଶ୍ରୀ ବିନୟାନନ୍ଦ ଝା (RR-1988) ବର୍ତ୍ତମାନ ADGP, OHRC ଙ୍କୁ OSD, ଗୃହ ବିଭାଗ ଭାବରେ ନିଯୁକ୍ତି ଦିଆଯାଇଛି।

ଶ୍ରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଆଇପିଏସ୍ ଏବେ ଶ୍ରୀ ବିନୟାନନ୍ଦ ଝାଙ୍କ ସ୍ଥାନରେ ନିଯୁକ୍ତି ମିଳିଛି ସେ ବର୍ତ୍ତମାନ ସେ ADG ପୋଲିସ୍‌ ରେଲବାଇ ଏବଂ କୋଷ୍ଟାଲ ସିକ୍ୟୁରିଟି ଭାବରେ କାର୍ଯ୍ୟ ତୁଲାଉଥିଲେ ଏବେ ସେ ADGP, OHRC ଭାବରେ ନୂତନ ଦାୟୀତ୍ତ୍ୱ ତୁଲାଇବେ।

ଡ. ସୁଧାଂଶୁ ଷଢ଼ଙ୍ଗୀ, ଆଇପିଏସ୍ (RR ୧୯୯୦) ବର୍ତ୍ତମାନ OSD, ଗୃହ ବିଭାଗ ଦାୟୀତ୍ତ୍ୱରେ ଥିଲେ ସେ ଏବେ ସ୍ଥାନାନ୍ତରିତ ହୋଇ ଅତିରିକ୍ତ D.G. ପୋଲିସ୍, ରେଳବାଇ ଏବଂ କୋଷ୍ଟାଲ୍ ସିକ୍ୟୁରିଟି ଭାବରେ ଶ୍ରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି।

ଶ୍ରୀ ଶଫିନ୍ ଅହମ୍ମଦ ଆଇପିଏସ୍ (RR ୨୦୦୩) ବର୍ତ୍ତମାନ IGP, ଟେକ୍ନିକାଲଙ୍କୁ IGP, ଫାୟାର ସର୍ଭିସ ଏବଂ ହୋମ ଗାର୍ଡ ଭାବରେ ପୋଷ୍ଟିଂ କରାଯାଇଛି।

ଏଲ୍‌. ଦିବ୍ୟାଙ୍କୁ IPS (RR ୨୦୧୩) ବର୍ତ୍ତମାନ S.P, CID-CB ଙ୍କୁ SP, ଢେଙ୍କାନାଳ ଭାବରେ ପୋଷ୍ଟିଂ କରାଯାଇଛି।