Odiapua.com

ଆଇପିଏଲ ମ୍ୟାଚ ବେଟିଂ ଅଭିଯୋଗରେ ୪ ଗିରଫ, ୯ ଲକ୍ଷ ଟଙ୍କା ୭ଟି ମୋବାଇଲ ଫୋନ ଓ ୧୮ଲକ୍ଷ ଟଙ୍କା ଜମାଥିବା ପାସବୁକ ଜବତ

ମାଲକାନଗିରି,୧୬ ।୧୦(ଓଡିଆ ପୁଅ ) ମାଲକାନଗିରି ଆଦର୍ଶ ଥାନା ପୁଲିସ କୁ ମିଳିଛ ଏକ ବଡ ସଫଳତା,ଆପିଏଲ ମ୍ୟାଚ ରେ ବେଟିଂ ଲଗାଇ ଜୁଆଖେଳୁଥିବା ବେଳେ ୪ଜଣ ବୁକି ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୯ଲକ୍ଷ ଟଙ୍କା,୭ଟି ମୋବାଇଲ ଫୋନ,୧୮ଲକ୍ଷ ଟଙ୍କା ଜମାଥିବା ବ୍ୟାଙ୍କ ପାସବୁକ କୁ ପୁଲିସ ଜବତ କରିଛି, ଆଜି ସନ୍ଧ୍ୟାରେ ମାଲକାନଗିରି ଏସଡିପିଓ କାର୍ଯ୍ୟଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଭିଳାଷ ଜୀ ଟଙ୍କା,ଗିରଫ ହୋଇଥିବା ବୁକି ମାନଙ୍କୁ ପ୍ରଦର୍ଶନ କରି ଆପିଏଲ ମ୍ୟାଚ ବେଟିଂ ମାଲକାନଗିରି ଠାରୁ ସୀମାନ୍ତ ଛତିଶଗଡ ରାଜ୍ୟ ପର୍ଯ୍ୟନ୍ତ ଚେର ଲମ୍ବିଛି ବୋଲି କହିଛନ୍ତି । ଗତ କାଲି ଆପିଏଲରେ ଚେନ୍ନାଇ ସୁପର କିଙ୍ଗସଂ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଟିତ ହୋଇଥିଲା । ଏବି ହାଇଭୋଲଟେଜ ମ୍ୟାଚରୁ ବେଆଇନ ଭାବେ ଅର୍ଥରୋଜଗାର କରିବା ନିଶାରେ ମାଲକାନଗିରି ଜିଲ୍ଲାର କିଛି ଯୁବକ ଛତିଶଗଡ ରାଜ୍ୟର କିଛି ବୁକି ଙ୍କ ଦ୍ୱାରା ଅନଲାଇନ ମାଧ୍ୟମରେ ବେଟିଂ ରେ ଜୁଆଖେଳ ଆରମ୍ଭ କରିଦେଇଥିଲେ ।ଏ ସଂପର୍କରେ ମାଲକାନଗିରି ପୁଲିସ ସୁଚନା ପାଇବାପରେ ଏସପି ପ୍ରହ୍ଲାଦ ସାଇ ମୀନାଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଅଭିଳାଷ ଜୀଙ୍କ ନେତୃତ୍ୱରେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ଓ ପୁଲିସ ସଦଳବଳ ଜିଲ୍ଲାସଦର ମହକୁମାସ୍ଥ ଟେଲିଫୋନ ଭବନ ଗଳି ନିକଟରେ ଚଢଉକରିଥିଲେ । ସେ ଠାରୁ ମାଲକାନଗିରି ସହରର ଶ୍ରୀନାବାଶ ରାଓ,ଜି.ଜଗନ୍ନାଥ ରାଓ,ଭୋଳାନାଥ ବିଶ୍ୱସ,ବସନ୍ତ ବେହେରା ଙ୍କୁ ପୁଲିସ ଗିରଫ କରିଥିଲେ ।ସେମାନଙ୍କ ନିକଟରୁ ନଗଦ ୯ଲ କ୍ଷ ଟଙ୍କା,୭ଟି ମୋବାଇଲ ଫୋନ,ଏଟିଏମ କାର୍ଡ,ସହ ବ୍ୟାଙ୍କ ପାସବୁକ କିଛି, ଏହି ପାସବୁକରେ ୧୮ଲକ୍ଷ ଟଙ୍କା ଜମାଥିବାର ଜଣାପଡିଛି । ଏ ସଂପର୍କରେ ମାଲକାନଗିରି ଥାନା କେସ ନମ୍ବର ୪୭୪/୨୦୨୧ ରେ କେସ ରୁଜୁକରାଯାଇ ଗିରଫ ୪ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଆପିଏଲ ମ୍ୟାଚ ବେଟିଂ ରେ ସଂପୃକ୍ତି ଥିବା ମାଲକାନଗିରି ଜିଲ୍ଲାସହ ଛତିଶଗଡ ରାଜ୍ୟର ଅନ୍ୟ ବୁକି ମାନଙ୍କୁ ପୁଲିସ ଖୋଜୁଛି, ସେମାନଙ୍କୁ ଖୁବଶିଘ୍ର ଗିରଫ କରାଯିବ ବୋଲି ଏଓସଡିପିଓ କହିଛନ୍ତି ।