Odiapua.com

ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

ପୁରୀ, ୧୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରାଜ୍ୟ ଆଇନ ସଭା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପୁରୀଙ୍କ ଦ୍ୱାରା ବିଶ୍ୱ ମାନବ ଅଧିକାର ଦିବସ ପାଳନ କରାଯିବା ସହ ଅନଲାଇନ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନା ଚକ୍ରକୁ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ଶ୍ରୀ ରାଜ କିଶୋର ଲେଙ୍କା ଉଦଘାଟନ କରି ମନୁଷ୍ୟର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି ବୋଲି ମତବ୍ୟକ୍ତ କରିଥିଲେ। ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନ, ପାନେଲ ଓକିଲ ଶ୍ରୀ ଦୁର୍ଗା ମାଧବ ମହାପାତ୍ର, ପ୍ରାଧିକରଣର ସଚିବ ଶ୍ରୀ ଅମରେଶ ମହାପାତ୍ର, ପରିବାର ଅଦାଲତର ବିଚାରପତି ସନ୍ତୋଷ କୁମାର ଜେନା, ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ପୁର୍ଣ୍ଣିମା ଜେନା, ରେଜିଷ୍ଟାର ଅରୁଣ ପଟ୍ଟନାୟକ, ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀ, ପାନେଲ ଓକିଲ, ପାରା ଲିଗାଲ ସ୍ୱେସ୍ଥାସେବୀ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ, ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ, ଜିଲ୍ଲା ଶିଶୁ ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।