Odiapua.com

ଆଇନ ମନ୍ତ୍ରୀ କିରେନ ରିଜିଜୁଙ୍କର ଡ୍ୟାନ୍ସ ଦେଖି, ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଡିସେଣ୍ଟ ଡ୍ୟାନ୍ସର

ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ଆଇନ ମନ୍ତ୍ରୀ କିରେନ ରିଜିଜୁ ନିକଟରେ ଅରୁଣାଚଳ ପ୍ରଦେଶ ଗସ୍ତରେ ଆସିଥିଲେ। ସେ ତାଙ୍କ ଭ୍ରମଣର ଏକ ଭିଡିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ସେ କାଜଲାଙ୍ଗ ଗାଁରେ ପହଞ୍ଚିଥିଲେ। ଏହି ଭିଡିଓରେ ଆଇନ ମନ୍ତ୍ରୀଙ୍କ ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କିରେନ ରିଜିଜୁଙ୍କ ଏହି ରୂପକୁ ପ୍ରଶଂସା କରିଛନ୍ତି।

ଆମର ଆଇନ ମନ୍ତ୍ରୀ ଜଣେ ମହାନ ନୃତ୍ୟଶିଳ୍ପୀ ବୋଲି ନରେନ୍ଦ୍ର ମୋଦୀ ଟ୍ୱିଟ୍ କରିଛନ୍ତି। ତାଙ୍କ ମାଧ୍ୟମରେ ଆମେ ଅରୁଣାଚଳ ପ୍ରଦେଶର ଜୀବନ୍ତ ତଥା ଗୌରବମୟ ସଂସ୍କୃତି ଜାଣିବାର ଏକ ସୁଯୋଗ ପାଇଛୁ।

ଆଇନ ମନ୍ତ୍ରୀ କିରେନ ରିଜିଜୁ ଅରୁଣାଚଳ ପ୍ରଦେଶରେ ବିବେକାନନ୍ଦ କେନ୍ଦ୍ର ବିଦ୍ୟାଲୟ ପ୍ରକଳ୍ପର ତଦାରଖ କରିବା ପାଇଁ ସୁନ୍ଦର କାଜଲାଙ୍ଗ ଗ୍ରାମରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ପାରମ୍ପାରିକ ଢଙ୍ଗରେ ସ୍ୱାଗତ କରାଯାଇଥିଲା। ରିଜିଜୁ କହିଛନ୍ତି ଯେ, ଯେତେବେଳେ ଅତିଥିମାନେ ସେହି ଗାଁକୁ ଆସନ୍ତି, ସେମାନଙ୍କୁ କେବଳ ନୃତ୍ୟ ଏବଂ ସଙ୍ଗୀତ ଦ୍ୱାରା ସ୍ୱାଗତ କରାଯାଏ। ଏହି ସମାରୋହରେ ଆଇନ ମନ୍ତ୍ରୀ କିରେନ ରିଜିଜୁ ସାଧାରଣ ଲୋକଙ୍କ ସହ ନୃତ୍ୟ କରିଥିଲେ।