Odiapua.com

ଆଇନ୍ ସେବା ପ୍ରାଧୀକରଣ ପକ୍ଷରୁ ମାନବାଧିକାର ଦିବସ ପାଳିତ

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ମାନବ ଅଧିକାର ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଦୌରା ଜଜ ତଥା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଆଦେଶରେ ଭଦ୍ରକ ଆଇନ୍ ମହାବିଦ୍ୟାଳୟ କୋର୍କୋରା, ଭଦ୍ରକରେ ଏକ ଆଇନ୍ ସଚେତନତା ଶିବିର ଆୟୋଜିତ ହୋଇ ଯାଇଛି। ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ଓ କନିଷ୍ଠ ଦିୱାନି ବିଚାରପତି ଶ୍ରୀ ଅବିନାଶ ଚିନାରା ସଭାରେ ଯୋଗ ଦେଇ ମାନବାଧିକାରର ବିଭିନ୍ନ ଦିଗ ଓ ଏଥିପାଇଁ ପ୍ରଣୀତ ଆଇନ୍ ସମ୍ପର୍କରେ ବୁଝାଇଥିଲେ। ସମସ୍ତେ ନିଜର କର୍ତ୍ତବ୍ୟ ଓ ଅଧିକାର ପ୍ରତି ସଚେତନ ରହିବା ପାଇଁ ଆବଶ୍ୟକ ବୋଲି ଭାଷଣରେ କହିଥିଲେ। ଦୀପକ କୁମାର ସାହୁ, ଶ୍ରୀ ରାଜୀବ କୁମାର ବାରିକ ପାନେଲ ଲୱେର, ଭଦ୍ରକ ଆଇନ୍ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ କୁମାର ରାୟ, ବରିଷ୍ଠ ଅଧ୍ୟାପକ ଶ୍ରୀ ଅଶୋକ କୁମାର ବେହେରା, ଶ୍ରୀ ପ୍ରିୟଦର୍ଶୀ ରାୟ, ଶ୍ରୀ ପୀୟୁଷ ଲେଙ୍କା, ସରୋଜ ସାମଲ ଓ ଅନ୍ୟାନ୍ୟ କର୍ମଚାରୀ ଏହି ସଭାରେ ଯୋଗ ଦେଇଥିଲେ।