Odiapua.com

ଆଇନ୍‌ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା କୋର୍ଟ ପରିସର, ନଳାଙ୍ଗ, ଭଦ୍ରକରେ ଆଜି ଆଇନ୍‌ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ଚକ୍ରଧର ଶରଣ ସିଂ ଭର୍ଚୁଆଲ ଭାବେ ଉଦ୍‌ଘାଟନ କରିଛନ୍ତି । ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧୀକରଣ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ଭଦ୍ରକ ନେହା ଅଗ୍ରୱାଲ ଏବଂ ଅନ୍ୟ ସମସ୍ତ ବିଚାରପତିମାନେ ଉପସ୍ଥିତ ରହି ଆଇନ୍‌ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟ ବିଷୟରେ ପ୍ରକାଶ କରିଥିଲେ । ସାଧାରଣଲୋକମାନେ ଫୌଜଦାରୀ ମକଦ୍ଦମା ଲଢ଼ିବା ପାଇଁ ମାଗଣାରେ ଏହି ଆଇନ୍‌ସେବା ପ୍ରତିପକ୍ଷ ଓକିଲଙ୍କ କାର୍ଯ୍ୟାଳୟର ସହଯୋଗ ନେଇ ପାରିବେ । ଏହି କାର୍ଯ୍ୟାଳୟ ମାଧ୍ୟମରେ ସାଧାରଣ ଲୋକମାନେ ତ୍ୱରିତ ଆଇନ୍‌ସେବା ପାଇବାରେ ସକ୍ଷମ ହେବେ ଏବଂ ଏହି ବ୍ୟବସ୍ଥା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।