Odiapua.com

ଆଇନଜୀବୀ ସ୍ୱର୍ଗତଃ ଗୁରୁ ପ୍ରସାଦ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ପ୍ରତିମୂର୍ତ୍ତି ଉନ୍ମୋଚନ

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଜଣାଶୁଣା ସମାଜସେବୀ, ପ୍ରତିଷ୍ଠିତ ବ୍ୟବସାୟୀ ତଥା ଆଇନଜୀବୀ ୰ ଗୁରୁ ପ୍ରସାଦ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ତାଙ୍କର ବାସ ଭବନ ବାଇପାସ କାନ୍ତି ବିହାରରେ ପଣ୍ଡିତ ଦୟାନିଧି ଦାଶଙ୍କ ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଗୁରୁମହାନ୍ତି ସ୍ମୃତି କମିଟି ଆନୁକୂଲ୍ୟରେ ସମାଜସେବୀ ତଥା ସ୍ମୃତି କମିଟି ସଭାପତି ସୁରେଶ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବି.ଜେ.ଡି.ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ସାଂସଦ ପ୍ରତିନିଧି ଅଶୋକ ବଳ, ସମାଜ ସେବୀ ଅଶୋକ ମହାନ୍ତି, ଗୁଆମାଳ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ଗୀତାଞ୍ଜଳି ଖୁଣ୍ଟିଆ, ସୁଧାକର ରାଉତ ପ୍ରମୁଖ ଯୋଗ ଦେଇ ୰ ଗୁରୁ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧା ସୁମନ ଅର୍ପଣ କରି ଥିଲେ । ପ୍ରାରମ୍ଭରେ ୰ ମହାନ୍ତିଙ୍କର ପ୍ରତିମୂର୍ତ୍ତିକୁ ସମ୍ମାନୀୟ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇ ଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ପ୍ରବୀର ଜେନା, ଆଇନଜୀବୀ ତଥା ସ୍ମରଣିକା ସମ୍ପାଦକ ଗଦାଧର ବଳ, ସ୍ମୃତି କମିଟି ସମ୍ପାଦକ ଅଜୟ ରାଉତ, ଗୁଆମାଳ ସରପଞ୍ଚ ପ୍ରଦିପ ପଣ୍ଡା, ବିଶ୍ୱନାଥ ନାୟକ, ପଙ୍କଜ ବଳ, ମନୋଜ ଭୋଇ ପ୍ରମୁଖ ଗୁରୁପ୍ରସାଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି ଅବସରରେ “ଗୁରୁ ସ୍ମରଣେ’ ସ୍ମୃତି ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।