Odiapua.com

ଆଇନଜୀବୀ ଶଙ୍କର୍ଷଣ ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)-ଭଦ୍ରକର ଆଇନଜୀବୀ ତଥା ଟ୍ୟାକ୍ସ ପରାମର୍ଶଦାତା,ଜଣେ ପରୋପକାରୀ,ମିଷ୍ଟଭାଷୀ.ସଂଗଠକ,ସମାଜସେବୀ , ସବୁବେଳେ ହସହସ ମୁହଁ କରି କଥା ହେଉଥିବା ବ୍ୟକ୍ତତ୍ୱର ମଣିଷ ଆଇନଜୀବୀ ଶଙ୍କର୍ଷଣ ମହାନ୍ତିଙ୍କ ଏକାଦଶାହ ଉପଲକ୍ଷେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗବସାହିଠାରେ ମା ତାରିଣୀ ମନ୍ଦିର ଓ ବର୍ତ୍ତମାନ ଦେବଭୂମିଭାବେ ପରିଚିତ ସ୍ଥାନରେ ଗୌରେଶ୍ୱର ମନ୍ଦିର ପ୍ରତିଷ୍ଠା କରାଇଥିବା ଆଇନଜୀବୀ ଶଙ୍କର୍ଷଣ ମହାନ୍ତି ଆମ ଗହଣରେ ନାହାଁନ୍ତି କିନ୍ତୁ ତାଙ୍କର ଅଧ୍ୟାତ୍ମିକ ଚିନ୍ତାଧାରା , ସେ କରିଯାଇଥିବା କିର୍ତ୍ତି ଓ ସ୍ମୃତି ସବୁଦିନପାଇଁ ମନେ ପଡିବ ବୋଲି ଆଜି ଆୟୋଜିତ ସ୍ମୃତିଚାରଣ ସଭାରେ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ମହାପାତ୍ର ଙ୍କ ସଭାପତିତ୍ୱରେ ରୋଟାରିଆନ ତଥା ଆଇନଜୀବୀ ଅତିସ ବେହେରାଙ୍କ ସଂଯୋଜନାରେ ପ୍ରାକ୍ତନ ବିଧାୟକ ନରେନ ପଲେଇ,ପ୍ରାକ୍ତନ ରାଜ୍ୟ ବାର ଆସୋସିଏସନର ସଦସ୍ୟ ପବନ ଶର୍ମା,ଆଇନଜୀବୀ ଅମିତାବାଳା ଆଚାର୍ଯ୍ୟ,ରୋଟାରିଆନ ଇନ୍ଦ୍ରଜିତ ସାହୁ,ପୂଣ୍ମଚନ୍ଦ୍ର ମହାନ୍ତି ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାର,ଆଇନଜୀବୀ ଲକ୍ଷ୍ମଣ କୁଅଁର,ସୂର୍ଯ୍ୟକାନ୍ତ କୁଅଁର,ସାମ୍ବାଦିକ ଗୈାରହରି ନାୟକ,ସାମ୍ବାଦିକ ଜ୍ଞାନପ୍ରକାଶ ପାଣି,ଆଇନଜୀବୀ ଦିଲ୍ଲିପ ମହାପାତ୍ର,ଦେବେନ୍ଦ୍ର ପଣ୍ଡା,ଗଦାଧର ବଳ,ଗିରିଧାରୀ ନାଥ,ଶିକ୍ଷାବିତ୍ ଗୟାଧର ପଣ୍ଡା,ବିଜନ ଜେନା,ତାପସ ନାୟକ,ଜୀତେନ ପଣ୍ଡା,ସତ୍ୟନାରାୟଣ ଖୁଣ୍ଟିଆ,ପଦ୍ମନ ପାଣିଗ୍ରାହୀ,ପ୍ରଣବ ନାୟକ,ଦୀପକ ସାହୁ,ଅନିଲ ଗିରି,ସନ୍ତୋଷ ରାଉତ,ଲଳିତେନ୍ଦୁ ବିଶ୍ୱାଳ,ବିଷ୍ମୁ ପତି ,ଶ୍ରୀକାନ୍ତ ବାରିକ,ଅଭିରାମ ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱର୍ଗତଃ ଶଙ୍କର୍ଷଣ ମହାନ୍ତିଙ୍କ ଉପରେ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଧିରେନ୍ଦ୍ର ରାୟ, ଡ.ା ରବି ମହାପାତ୍ର,ସାମ୍ବାଦିକ ଚାରୁଦତ୍ତ ନାୟକ,ଅପୂର୍ବରଂଜନ ବେହେରା,ଆଶିଷ ମହାନ୍ତି,ତପନ ନାୟକ, ସରୋଜ ରାଉଳ ପ୍ରମୁଖ ଶ୍ରଦ୍ଧାଂଜଳି ଦେଇଥିଲେ ।ଶେଷରେ ତାଙ୍କ ପୁଅ ଅଭିଷେକ ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।