Odiapua.com

ଆଇନଜୀବୀ ଗୁରୁପ୍ରସାଦ ମହାନ୍ତିଙ୍କ ବିୟୋଗରେ ଓକିଲସଂଘ ଓ ତ୍ୟାଗଭୂମି ପକ୍ଷରୁ ଶୋକ

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଇନ୍‌ଜୀବୀ ତଥା ସମାଜସେବୀ ଗୁରୁପ୍ରସାଦ ମହାନ୍ତିଙ୍କ ହଠାତ୍ ବିୟୋଗରେ ଭଦ୍ରକ ଓକିଲ ସଂଘ ଓ ତ୍ୟାଗଭୂମି ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ଭଦକ୍ର ଓକିଲସଂଘର ସଭାପତି ଦିଲ୍ଳୀପ୍ ମହାପାତ୍ର ତାଙ୍କର ଶୋକ ବାର୍ତ୍ତରେ ସ୍ୱର୍ଗତ ମହାନ୍ତି ଜଣେ ଅତ୍ୟନ୍ତ ବନ୍ଧୁ ମେଳାପୀ ଓ ପରୋପକାରୀ ବ୍ୟକ୍ତିଥିଲେ । ଓକିଲ ସଂଘର ଜଣେ ବରିଷ୍ଠ ସଦସ୍ୟ ସହ ନୋଟାରୀ ପବ୍ଲିକ୍ ଭାବରେ ବିଭିନ୍ନ ବ୍ୟାଙ୍କରେ ଲିଗାଲ ଆଡ଼୍‌ଭାଇଜର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କର ବିୟୋଗରେ ସଂଘ ଜଣେ ବରିଷ୍ଠ ସଦସ୍ୟକୁ ହରାଇବା ସହ ତାଙ୍କର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଉପସଭାପତି ଅରୁଣ ମିଶ୍ର, ସହ ସଂପାଦକ ହୃଷିକେଶ ବେହେରାଙ୍କ ସମେତ ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ୱିବେଦୀ, ଅରୁଣ ଚାନ୍ଦ, ବସନ୍ତ ମହାନ୍ତି, ବସନ୍ତ ଦାସ, ଦିବ୍ୟସିଂ ନାୟକ, ରାଧା ଦାଶ, ଜ୍ୟୋତିକାନ୍ତ ନାୟକ, ନାରାୟଣ ଚନ୍ଦ୍ର ମହାପାତ୍ର,ବଳମାଳୀ ଜେନା, ପ୍ରଦୀପ ଜେନା, ସୁକାନ୍ତ ଜେନା, କିଶୋର ବଳ, ସନ୍ତୋଷ ମହାପାତ୍ରଙ୍କ ସମେତ ବହୁ ବରିଷ୍ଟ ଓ କନିଷ୍ଠ ଆଇନଜୀବୀମାନେ ସ୍ୱର୍ଗତ ମହାନ୍ତିଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକ ପ୍ରକାଶ କରିଥିଲେ । ଆସନ୍ତାକାଲି ଦିବ୍ୟଗତ ସ୍ୱର୍ଗତ ଶ୍ରୀ ମହାନ୍ତିଙ୍କ ବିୟୋଗରେ ସମସ୍ତ କୋର୍ଟ କାର୍ଯ୍ୟକୁ ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି । ଅନୁରୂପ ଭଦ୍ରକ ସହରର ଖ୍ୟାତନାମା ବ୍ୟବସାୟୀ, ସମାଜସେବୀ, ଆଇନଜୀବୀ ତଥା ଜଣେ ପରୋପକାରୀ ମଣିଷ ଭାବେ ବେଶ ଖ୍ୟାତିଲାଭ କରିଥିବା ବ୍ୟକ୍ତି ଗୁରୁ ମହାନ୍ତିଙ୍କର ଆଜି ପରଲୋକ ହୋଇଯାଇଛି । ତେବେ ତାଙ୍କ ମୃତ୍ୟୁ କରୋନା ଜନିତ ହୋଇଥିଲେ ମଧ୍ୟ ଏ ଯାଏ ସରକାରୀ ସ୍ତରରେ ତାହା ଘୋଷଣା ହୋଇନାହିଁ । ଭଦ୍ରକର ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ତ୍ୟାଗଭୂମି ସାଂସ୍କୃତି ସମ୍ମେଳନର ଜଣେ ଶୁଭେଚ୍ଛୁ ଥିବା ମହାନ୍ତି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଯାଇଛି । ମାତ୍ର ୫୬ ବର୍ଷ ବୟସରେ ତାଙ୍କର ଅକାଳ ମୃତ୍ୟୁ ହୋଇଥିବାରୁ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ସୁଧାକର ରାଉତ ପ୍ରମୁଖ ଗଭୀର ଶୋକପ୍ରକଟ କରିବା ସହିତ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି । ମାତ୍ର ଅଳ୍ପ କେଇମାସ ତଳେ ତାଙ୍କର ଏକମାତ୍ର ପୁତ୍ରର ଦୁର୍ଘଟଣା ଜନିତ ମୃତ୍ୟୁ ଘଟିବା ପରେ ସେ ମାନସିକ ଆଘାତ ପାଇଥିଲେ ବି ସାମାଜିକ କର୍ମରେ ନିଜକୁ ନିୟୋଜିତ ରଖି ସ୍ୱାଭାବିକ ହେବାକୁ ପ୍ରୟାସ ଜାରି ରଖିଥିଲେ । ତେବେ ତାଙ୍କର ଏହି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ପ୍ରକାଶ ପାଇଛି ।