Odiapua.com

ଆଇଏଏସ୍ ସ୍ତରରେ ଅଦଳବଦଳ, ବୀର ବିକ୍ରମ ଯାଦବ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର ୩-୪ (ଓଡ଼ିଆ ପୁଅ) ଆଇଏଏସ୍ ସ୍ତରରେ ହୋଇଛି ଚୋଟ ଧରଣର ଅଦଳବଦଳ। ସାଧାରଣ ପ୍ରଶାସନ ବିଭାଗରୁ ଏ ନେଇ ବିଜ୍ଞପ୍ତି ଜାରୀ କରାଯାଇଛି। ତେବେ
କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଡଃ ନିକୁଞ୍ଜ କିଶୋର ସୁନ୍ଦରରାୟ, ଆଇଏଏସ୍ (୧୯୮୭) ପବ୍ଲିକ ଏଣ୍ଟରପ୍ରାଇଜ୍‌ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି।

ବୀର ବିକ୍ରମ ଯାଦବ, ଆଇଏଏସ୍ (୧୯୯୬), ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ହୋଇଛନ୍ତି ବୀର ବିକ୍ରମ ଯାଦବ। ବୀର ବିକ୍ରମ ଯାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟୀତ୍ତ୍ୱ ତୁଲାଇବା ସହିତ ଖାଦ୍ୟ ଓ ଯୋଗାଣ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ମଧ୍ୟ ତୁଲାଇବେ।

ସଞ୍ଜୀବ କୁମାର ଚଢ଼ା, IFS (୧୯୮୯) କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ସହଯୋଗ ବିଭାଗର ଅତିରିକ୍ତ ସଚିବ ଏବଂ ନିର୍ଦ୍ଦେଶକ, କୃଷି ମାର୍କେଟିଂ ଏବଂ ଏକ୍ସ-ଅଫିସିଓ ସଦସ୍ୟ ସଚିବ, OSAM ବୋର୍ଡର ଅତିରିକ୍ତ ଦାୟିତ୍ୱରେ ରହିବେ।

ଶୁଭମ୍ ସାକ୍ସେନା, ଆଇଏଏସ୍ (୨୦୧୩), ନିର୍ଦ୍ଦେଶକ, ମାଇନର ମିନେରାଲ୍ସ ଏବେ ଓଡିଶା ରାଜ୍ୟ ନାଗରିକ ଯୋଗାଣ ନିଗମ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ ଦାୟୀତ୍ତ୍ୱ ତୁଲାଇବେ।

ଏହା ସହିତ ଯୁଗ୍ମ ସଚିବ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ସମେତ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗର ଯୁଗ୍ମ ସଚିବ ବାବରେ ଅତିରିକ୍ତ ଦାୟିତ୍ୱରେ ରହିବେ।