Odiapua.com

ଆଂଚଳିକ ସ୍ତରୀୟ କବ୍ ଓ ବୁଲ୍ ବୁଲ୍ ୨୦୨୦ ଉତ୍ସବ ପାଇଁ ପ୍ରେସ୍ ମିଟ୍‌

ନୟାଗଡ/୦୩/୦୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭାରତ ସ୍କାଉଟ୍ ଓ ଗାଇଡ୍ ବିଭାଗ ତରଫରୁ ଆଂଚଳିକ ସ୍ତରୀୟ କବ୍ ବୁଲ୍ ବୁଲ୍ ୨୦୨୦ ଉତ୍ସବ ଫେବୃୟାରୀ ୪ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଅଛି । ଏ ସମ୍ପର୍କେ ବିଦ୍ୟାଳୟ ତରଫରୁ ଫେବୃୟାରୀ ୩ ତାରିଖ ଅପରାହ୍ନ ୪ଟାରେ ଏକ ପ୍ରେସ୍ ମିଟ୍ ମାଧ୍ୟମରେ ସୁଚନା ଦିଆ ଯାଇଅଛି । ଏହି ଉତ୍ସବରେ ନୟାଗଡ,ଖୋର୍ଦ୍ଧା, କଟକ, ଗଂଜାମ, ବଲାଙ୍ଗୀର, ପୁରୀ ଆଦି ୬ଟି ଜିଲ୍ଲାରୁ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ କବ୍‌(ପୁଅ) ଓ ବୁଲ୍ ବୁଲ୍‌(ଝିଅ) ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି । ପାଂଚ ବର୍ଷରୁ ୧୦ ବର୍ଷ ମଧ୍ୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ନେଇ ୫ଦିନ ବ୍ୟାପୀ ଏହି ଉତ୍ସବ ପାଳନ ହେବାକୁ ଯାଉଅଛି ।

ଏହି ଉତ୍ସବର ମୁଳ ଲକ୍ଷ ହେଉଛି ଉତ୍ତମ ନାଗରିକତ୍ୱ ଗଠନ ସହ ନିଜ କାମ ନିଜେ କରିବା ଆଦି ଶିକ୍ଷାଦାନ କରାଯିବ । ଉଦ୍‌ଘାଟନୀ ଉତ୍ସବରେ ଉଦ୍‌ଘାଟକ ଭାବେ ମୁଖ୍ୟ ଅତିଥି ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ, ମୁଖ୍ୟ ବକ୍ତା ଭାବରେ ନୟାଗଡ ଜିଲ୍ଲାପାଳ ଡଃ.ପୋମା ଟୁଡୁ, ସମ୍ମାନିତ ଅତିଥି ଭାବରେ ରଣପୁର ଏନ୍‌.ଏ.ସି ଅଧ୍ୟକ୍ଷା ଶ୍ରୀମତୀ ସବିତା ଦାସ ଓ ନୟାଗଡ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମୀଧର ବେହେରା, ରଣପୁର ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଉପେନ୍ଦ୍ର ନାଥ ସାହୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି । ରଣପୁର ନୋଡାକ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ତଥା ଏହି କପ୍ ବୁଲ୍ ବୁଲ୍ ଉତ୍ସବର ଅର୍ଗାନାଇଜିଂ ସମ୍ପାଦିକା ମନଲତା ବେହେରା, ବରିଷ୍ଠ ଶିକ୍ଷକ ବିରଂଚି ନାରାୟଣ ତ୍ରିପାଠୀ, ରବିନ୍ଦ୍ର କୁମାର ନାୟକ, ପ୍ରଶାନ୍ତ କୁମାର ମିଶ୍ର, ସୁରେନ୍ଦ୍ର କୁମାର ସାହୁ, ମିହିର ରଂଜନ ପଟ୍ଟନାୟକ ଜଏଣ୍ଟ ସେକ୍ରେଟାରୀ ଓ କାର୍ଯ୍ୟକାରୀ ଟ୍ରେନର୍ ଆୟୁସ୍ମିତା ପଣ୍ଡା ସୁଚନା ପ୍ରଦାନ କରିଛନ୍ତି ।