Odiapua.com

ଅହେତୁକ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ମନଇଛା ସାଧାରଣ ଖାଦ୍ୟ ପଦାର୍ଥ ଉପରେ ଜିଏସ୍ଟି ଲାଗୁ ପ୍ରତିବାଦରେ ଓଡ଼ିଶା ପ୍ରଦେଶ କଂଗ୍ରେସର ରାଜଭବନ ଘେରାଉ

ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ, ଯୁବକମାନଙ୍କୁ ରୋଜଗାର ଓ ସାଧାରଣ ଖାଦ୍ୟ ପଦାର୍ଥ ଉପରୁ ଜିଏସ୍ଟି ଛାଡ଼ ଦାବିରେ ଓଡ଼ିଶା କଂଗ୍ରେସର ରାଜଭବନ ଘେରାଉ

ଭୁବନେଶ୍ୱର ୫.୮ (ଓଡ଼ିଆ ପୁଅ) – ଅତ୍ୟାବଶକୀୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି, ଉତ୍କଟ ବେକାରୀ ସମସ୍ୟା ଓ ଜନମାରଣ ଜିଏସ୍ଟି ଲାଗୁ ପ୍ରତିବାଦରେ ଆଜି ପ୍ରଦେଶ କଂଗ୍ରେସ ସଭପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି। ହଜାର ହଜାର ସଂଖ୍ୟାରେ କଂଗ୍ରେସକର୍ମୀ ରାଜଭବନ ଆଡ଼କୁ ମାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇ ଗିରଫ ହୋଇଛନ୍ତି। ଆଜି ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ଏଡିଏମଙ୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏହିପରିପ୍ରେକ୍ଷୀରେ କହିଥିଲେ ଯେ ଆଜି ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ଓ ଅତ୍ୟାବଶକୀୟ ଖାଦ୍ୟପଦାର୍ଥର ଦରଦାମ ଆଜି ଆକାଶଛୁଆଁ। ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ର ଦାମ ୨୦୧୪ ମସିହା ତୁଳନାରେ ପାଖାପାଖି ୪୫%ରୁ ୭୦% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ଡାଲି, ତେଲ, ଲୁଣ, ବିସ୍କୁଟ ଠାରୁ ଆରମ୍ଭ କରି ଚୁଡ଼ା, ମୁଢ଼ି, ଖଇ, ଉଖୁଡ଼ା, ଅଟା, ଚାଉଳ ଚୂନା, ଛତୁଆ, ଦହି, ଗୁଡ଼, ଲହୁଣି ଛଡ଼ା ଛୋଟ ପିଲାମାନଙ୍କର ଖାତା, ପେନସିଲ, କଟର ଉପରେ ଜିଏସ୍ଟି ଲାଗୁ କରିବା ଯୋଗୁଁ ଦରଦାମ ମଧ୍ୟ ବହୁ ପରିମାଣରେ ବୃଦ୍ଧି ଘଟିଛି। ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ ଆଛେଦିନର ସ୍ୱପ୍ନ ଦେଖାଇଥିଲେ। କିନ୍ତୁ ବାସ୍ତବ କ୍ଷେତ୍ରରେ ୮ ବର୍ଷ ଶାସନ ପରେ ଆଜି ଦେଶରେ ପ୍ରତ୍ୟେକ ବର୍ଗ ସମସ୍ତେ ଦରଦାମ ଯୋଗୁଁ ବହୁ ପରିମାଣରେ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଗରିବ, ଖଟିଖିଆ, ଚାଷୀ, ସ୍ୱଳ୍ପ, ନିମ୍ନ ଓ ମଧ୍ୟମ ଆୟକାରୀ ବର୍ଗ ବିଶେଷ ଭାବରେ ଏ ମୁଦ୍ରାସ୍ପିତି ଓ ଦରଦାମ ବୃଦ୍ଧି ଯୋଗୁଁ ପ୍ରଭାବିତ। ଖାଉଟି ମୁଦ୍ରାସ୍ପିତି ୭%ରୁ ଲଗାତାର ଉପରକୁ ରହିଛି। ମୋଦି ସରକାର ଭାରତବର୍ଷର ଅର୍ଥନୀତିକୁ ସଂପୂର୍ଣ୍ଣ ରୂପେ ଦୁର୍ବଳ କରିଦେବା ସହିତ ଅର୍ଥନୀତି ପରିଚାଳନା କରିବା ଏବଂ ତାକୁ ସଂପୂର୍ଣ୍ଣ ଦିଶା ଦେବାରେ ଆଜି ଫେଲ ମାରିଛି। ଏହି ଅହେତୁକ ଦରଦାମ ବୃଦ୍ଧି ହେତୁ ଆଜି ଗୃହିଣୀମାନଙ୍କ ଆଖିରୁ ଲୁହ ଗଡ଼ୁଛି, ହାଣ୍ଡିଶାଳକୁ ମହଙ୍ଗା ମାଡ଼। ଦରଦାମ ବୃଦ୍ଧି ସହିତ ବେକାରୀ ସମସ୍ୟା ଆଜି ଉତ୍କଟ ହେବାରେ ଲାଗିଛି। ଓଡ଼ିଶାର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇଁ ଅନିଶ୍ଚିତତା ଭିତରେ ଦିନ କାଟୁଛନ୍ତି। ମୋଦି ସରକାର ୧୬କୋଟି ରୋଜଗାର ଦେବା ପରିବର୍ତେ ମାତ୍ର ୮ ବର୍ଷରେ ୭ଲକ୍ଷ ୨୨ ହଜାର ଯୁବକଯୁବତୀଙ୍କୁ ନିଯକ୍ତି ଦେଇଛନ୍ତି। କିନ୍ତୁ ବିମୁଦ୍ରିକରଣ ଓ ଜିଏସଟି ଯୋଗୁଁ ଭାରତବର୍ଷରେ ୧୩ କୋଟି ଲୋକ ନିଜର ଜୀବିକା ହରାଇଛନ୍ତି। ଏହି ୮ବର୍ଷର ମୋଦି ସରକାରର ଶାସନ ସମୟରେ ଭାରତବର୍ଷର ୪୫ କୋଟି ଲୋକ ଉତ୍କଟ ଦାରିଦ୍ରତା ଭିତରକୁ ଠେଲି ହୋଇଯାଇଛନ୍ତି। ଦୀର୍ଘ ୨୨ ବର୍ଷର ନବୀନ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପୋଲିସ ବିଭାଗରେ ଠିକା ନିଯୁକ୍ତି କରୁଛନ୍ତି। ମୂଳ ସରକାରୀ ମଞ୍ଜୁରପ୍ରାପ୍ତ ପଦବୀର ୫୦% ଉଚ୍ଛେଦ କରି ଠିକା ନିଯୁକ୍ତ ଦେବା ଓ ଆଉଟସୋସିଂ ଦ୍ୱାରା ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ନିଯୁକ୍ତି କରାଯାଉଛି। ଏପରିକି ଏହି ଶିକ୍ଷିତ ଯୁବକଯୁବତୀ ମାନଙ୍କୁ ଦିନକୁ ସର୍ମନିମ୍ନ ମଜୁରୀ ଠାରୁ ମଧ୍ୟ କମ୍ ପ୍ରାପ୍ୟ ଦିଆଯାଉଛି। କେନ୍ଦ୍ରର ମୋଦି ସରକାର ଓ ଓଡ଼ିଶାର ନବୀନ ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସମଦୁରତାର ନାରାବାଜୀ କେବଳ ରାଜନୈତିକ ଚାଲ ଓ ଓଡ଼ିଶାର ଲୋକଙ୍କୁ ଭୁଆଁ ବୁଲାଇବାପାଇଁ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର କଂଗ୍ରେସ ନେତୃବର୍ଗଙ୍କୁ ଏବଂ ବିଶେଷକରି ଅଖିଳ ଭାରତ ଜାତୀୟ କଂଗ୍ରେସର ଅଧ୍ୟକ୍ଷା ଶ୍ରୀମତି ସୋନିଆ ଗାନ୍ଧୀଙ୍କୁ ଏବଂ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କୁ ଇଡି ଓ ଦିଲ୍ଲୀ ପୋଲିସକୁ ଲଗାଇ ଭୟଭିତ କରିବାପାଇଁ ଚେଷ୍ଟା ଚଳାଇଛନ୍ତି। କଂଗ୍ରେସ ଭାରତବର୍ଷର ଜନସାଧାଣଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରତ୍ୟେକ ସ୍ତରରେ ଲଢ଼େଇ କରିବାର ଦୁର୍ବାର ନିଷ୍ପତି ନେଇଛି। ତେଣୁ କୌଣସି ପରିସ୍ଥିତିରେ କଂଗ୍ରେସ ଡରିବ ନାହିଁ ବୋଲି କହିଛନ୍ତି।

ଏଡିଏମ ଅଫିସ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନେ ରାଜଭବନ ଘେରାଉ କରିବାପାଇଁ ରାଜଭବନ ଅଭିମୁଖେ ଯାତ୍ରା କରୁଥିବା ବେଳେ ରାଜଭବନ ସମ୍ମୁଖରେ ପୋଲିସ ସହିତ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କଂଗ୍ରେସ କର୍ମୀମାନେ ପୋଲିସ ବାରିକେଡ ଭାଙ୍ଗି ପ୍ରବେଶ କଲାବେଳେ ପୋଲିସ ତିନି ହଜାରରୁ ଉର୍ଦ୍ଧ୍ୱ କଂଗ୍ରେସ ନେତୃବର୍ଗ ଓ କର୍ମୀଙ୍କୁ ଗିରଫ କରିଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ଜୟଦେବ ଜେନା, ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ, ଶ୍ରୀଯୁକ୍ତ ରାମଚନ୍ଦ୍ର ଖୁଂଟିଆ, ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ, ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ, ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି, ଶ୍ରୀଯୁକ୍ତ ସନ୍ତୋଷ ସିଂ ସାଲୁଜା, ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା, ବିଜୟଲକ୍ଷ୍ମୀ ସାହୁ, ପଂଚାନନ କାନୁନଗୋ, ଭୁଜବଳ ମାଝୀ, ଦେବାଶିଷ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ପୃଥିବୀବଲ୍ଲଭ ପଟ୍ଟନାୟକ, ଯଜେ୍ଞଶ୍ୱର ବାବୁ, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା, ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, କିଷାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ଜିଆଉଲ ହକ, ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତୃବର୍ଗ ତାଙ୍କ ବକ୍ତବ୍ୟରେ ମୋଦି ଓ ନବୀନ ସରକାରକୁ କଟୁ ସମାଲୋଚନା କରିଥିଲେ। ରାଜ୍ୟବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ପ୍ରତିବାଦ କାର୍ଯ୍ୟକ୍ରମର ଅପାର ସଫଳତା ପାଇଁ ପୂର୍ବତନ ପିସିସି ସଭାପତି, ବରିଷ୍ଠ ନେତୃବୃନ୍ଦ ତଥା ପୂର୍ବତନ ମନ୍ତ୍ରୀ, ସାଂସଦ, ବିଧାୟକ, ପୂର୍ବତନ ବିଧାୟକ, ବିଭିନ୍ନ ସାମ୍ମୁଖ୍ୟ, ବିଭାଗ ଓ ପ୍ରକୋଷ୍ଠର ନେତୃବର୍ଗ ତଥା ଜିଲ୍ଲା ସଭାପତି ଓ ଜିଲ୍ଲାର ସମସ୍ତ କର୍ମକର୍ତା, ନେତୃବୃନ୍ଦ ଓ ସର୍ବୋପରି ସମସ୍ତ କଂଗ୍ରେସ କର୍ମୀ ଓ କଂଗ୍ରେସ ପ୍ରେମୀ ଜନସାଧାରଣଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁରେଶ ମହାପାତ୍ର, ରବିନ୍ଦ୍ର ମଲ୍ଲିକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁଜିତ ପାଢ଼ୀ, ମନୋରଞ୍ଜନ ଦାଶ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଜୟନ୍ତ ଭୋଇ, ଶମ୍ଭୁ ପାଣିଗ୍ରାହୀ, ଅଭିଷେକ ମହାନନ୍ଦ, ରଜନୀ ମହାନ୍ତି, ଗିରିଜା ଶଙ୍କର ଦାଶ, ଜ୍ଞାନରଞ୍ଜନ ପଟ୍ଟନାୟକ, ସୁଦର୍ଶନ ଦାସ, ବାଙ୍କନିଧି ବେହେରା, ମାନସ ଆଚାର୍ଯ୍ୟ, ଶ୍ରୀନିବାସ ରାଉତରାୟ, ଯୁଧିଷ୍ଠିର ଜେନା, ଅଶୋକ ଦାଶ, ରାଜକିଶୋର ବାରିକ, ସୁଶାନ୍ତ ତ୍ରିପାଠୀ, ସୁଭାଷ ଚନ୍ଦ୍ର ପ୍ରଧାନ, ଅଶୋକ ସ୍ୱାଇଁ, ସୁବତ୍ର ମହାପାତ୍ର, କୈଳାସ ସାହୁ, ଦୀପକ ମହାପାତ୍ର, ଦେଓ ପ୍ରସାଦ, ନାସିର ହୁସେନ, ସାଗର ପରିଡ଼ା, ରଶ୍ମି ମହାପାତ୍ର, ଗିତାଞ୍ଜଳି ମହାନ୍ତି, କନକଲତା ମଲ୍ଲିକ, ପ୍ରଣତି ମିଶ୍ର, ଶ୍ରିୟାସ୍ମିତା ପଣ୍ଡା, କଳ୍ପନା ମହାନ୍ତି, ସିଲି ସେଠୀ, ତ୍ରିଲୋଚନ ମଲ୍ଲିକ, ତ୍ରିଲୋଚନ ମହାନ୍ତି, ଜାନକୀ ମଲ୍ଲିକ, ସ୍ନେହଲତା ରାୟ, ପ୍ରଭାବତି ପଟ୍ଟନାୟକ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ତୁଷାରକାନ୍ତି ତପସ୍ୱୀ, ସବିତା ଧୀର, ଉର୍ବଶ୍ରୀ ମିଶ୍ର, ମଧୁସ୍ମିତା ଆଚାର୍ଯ୍ୟ, ଲଳିତା ସାହୁ, ଅରୁନ୍ଧତି ପରିଡ଼ା, ଆରତୀ ସ୍ୱାଇଁ, ନିର୍ମଲା ମଲ୍ଲିକ, ଜୟଶ୍ରୀ ନନ୍ଦ, ଜୟଶ୍ରୀ ପାତ୍ର, ସ୍ୱାଗତିକା ପଟ୍ଟନାୟକ, ଜୟଶ୍ରୀ ନନ୍ଦ, ଶୁଭଦ୍ରା ମିଶ୍ର, ଲକ୍ଷ୍ମିପ୍ରିୟା ଦାସ, ପ୍ରମିଳା ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।