Odiapua.com

ଅହିର ରେଜିମେଂଟ ଗଠନ ଦାବିରେ ଅଭିଷେକ ଯାଦବଙ୍କ ଭାରତ ଭ୍ରମଣ

ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ସେନା ବାହିନୀରେ ଅହିର ରେଜିମେଂଟ ଗଠନ ପାଇଁ ବହୁଦିନରୁ ଯାଦବ ମାନଙ୍କର ଦାବି ହୋଇଆସୁଅଛି । ଏହି ଦାବିକୁ ଚରିତାର୍ଥ କରିବା ପାଇଁ ଉତ୍ତରପ୍ରଦେଶ ମେନ୍‌ପୁରରୁ ଅଭିଷେକ ଯାଦବ ଗତ ଜୁଲାଇ ୧ ତାରିଖରୁ ୧୩ ରାଜ୍ୟ ଅତିକ୍ରମ କରି ଓଡ଼ିଶାରେ ଆସି ପହଂଚିଛନ୍ତି । ଦୀର୍ଘ ୮୩ ଦିନ ସାଇକେଲରେ ୪୦୦୦ କିଲୋମିଟର ଯାତ୍ରା କରି ଆଜି ଭଦ୍ରକରେ ପହଂଚିଛନ୍ତି । ସାରା ଭାରତ ଭ୍ରମଣ କରିବା ତାଙ୍କର ଉର୍ଦ୍ଦେଶ୍ୟ ରହିଛି । ଆଜି ଭଦ୍ରକର କଲ୍ୟାଣ ହୋଟେଲରୁ ସାଇକେଲ ଓ ମୋଟର ସାଇକେଲ ଶୋଭାଯାତ୍ରାରେ ଯାଦବ ସଭାପତି ସୁଧାଂଶୁ ନାୟକ, ଯାଦବ ମହାସଭାର ରାଜ୍ୟ ଯୁବ ସଂମ୍ପାଦକ ଅମର ନାୟକ, ଜିଲ୍ଲା ଯୁବ ସଭାପତି ରବିନାରାୟଣ ଖିଲାର, ଉପସଭାପତି ସଞ୍ଜୀବ ନାୟକ, ସାଧୁ ବାରିକ, ସତ୍ୟବ୍ରତ ଦାସ, ଭଣ୍ଡାରିପୋଖରୀ ଯୁବ ସଭାପତି ରାଜେଶ ବାରିକ, ସମ୍ପାଦକ ଜଗତ ଜୀବନ ବାରିକ, ରାଜେଶ ସାଦ, ବାପି ନାୟକ ପ୍ରମୁଖ ଯାଦବ କର୍ମକର୍ତ୍ତା ଶ୍ରୀ ଅଭିଷେକ ଯାଦବଙ୍କୁ ଭଦ୍ରକ ଠାରେ ସ୍ୱାଗତ ସମ୍ବର୍ନ୍ଧନା ଜଣାଇଥିଲେ । ଏକ ଶୋଭାଯାତ୍ରାରେ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚାଇଥିଲେ । ପରେ ଅଭିଷେକଙ୍କ ସହ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତିଙ୍କୁ ଅହିର ରେଜିମେଂଟ ଗଠନ ନେଇ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।