Odiapua.com

ଅସ୍ତ୍ରଶସ୍ତ୍ର (ସଂଶୋଧନ) ବିଲ, ୨୦୧୯ରେ ବିଧିବଦ୍ଧ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ନୂଆ ଦିଲ୍ଲୀ ୨୪-୧୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଡିସେମ୍ବର ୯, ୨୦୧୯ରେ ଲୋକସଭାରେ ଗୃହୀତ ହୋଇଥିବା ଅସ୍ତ୍ରଶସ୍ତ୍ର (ସଂଶୋଧନ) ବିଲ, ୨୦୧୯ରେ ବିଧିବଦ୍ଧ ସଂଶୋଧନକୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି।

ଲାଭ:

ଏହା ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଏବଂ ଏହାର ନିର୍ମାଣ ଜନିତ ସମ୍ଭାବ୍ୟ ଅପରାଧକୁ ରୋକିବା ସହିତ ଲାଇସେନ୍ସ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବ। ସୁରକ୍ଷା ଆବଶ୍ୟକତାକୁ ପୂରଣ କରିବା ସହିତ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ବିରୋଧରେ ପ୍ରଭାବୀ ଢଙ୍ଗରେ ମୁକାବିଲା ମଧ୍ୟ କରାଯାଇପାରିବ। ଏଥିସହିତ ଆଇନ ପାଳନ କରୁଥିବା ଲାଇସେନ୍ସଧାରୀଙ୍କୁ ଅସ୍ତ୍ରଶସ୍ତ୍ର ଲାଇସେନ୍ସର ଅବଧି ବଢ଼ାଇବା ଲାଗି ସୁବିଧା ମିଳିବ।

ସଂଶୋଧିତ ଆଇନ ଅନ୍ତର୍ଗତ ଇଲେକ୍ଟ୍ରୋନିକ ଲାଇସେନ୍ସ ଉପଲବ୍ଧ କରାଇବା, ଲାଇସେନ୍ସକୁ ଦୀର୍ଘ ଅବଧି ପ୍ରଦାନ କରିବା ଏବଂ କଠୋର ଦଣ୍ଡବିଧାନ ଜରିଆରେ ଅସ୍ତ୍ରଶସ୍ତ୍ରର ବେଆଇନ ଅକ୍ତିଆରକୁ ରୋକିବା ଲାଗି କଠୋର ନିୟାମକ ବ୍ୟବସ୍ଥା କରାଯାଇପାରିବ।