ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିବର୍ଷ ପରି ଚଳିତ ବର୍ଷ ଭଦ୍ରକ ସହର ନରିପୁର(ଅସ୍ତଳ) ଗ୍ରାମରେ ସାର୍ବଜନୀନ ମା ଶୀତଳାଙ୍କ ପୂଜା ୫ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ସାଳନ୍ଦୀ ନଦୀ ଶୀତଳା ଘାଟରେ କଳସ ବୁଡାଯାଇ ଜଳ ଅଣାଯିବା ପରେ ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଘଟ ପୂଜା ପାଠ, ହୋମ, ପୂଜାର୍ଚ୍ଚନା ନୀତିକାନ୍ତି ହେବା ସହିତ ଭାଗବତ ପାଠ, ପାଲା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ମୁଖ୍ୟତଃ ଦେବୀଙ୍କ ଅଷ୍ଟମୀ ଦିନ ଗ୍ରାମର ଶତାଧିକ ମହିଳାମାନେ ଆସି ବ୍ରତ ଧାରଣ କରି ପୂଜାର୍ଚ୍ଚନା କରିଥିଲେ । ଦେବୀ ଶୀତଳାଙ୍କ ଦୁଇ ପାଶ୍ୱର୍ରେ ସଖୀ ଥିବାବେଳେ ମା’ଙ୍କ ଅଗ୍ରରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର, ପୂଜା ପାଉଥିଲେ । ୧୯୫୨ ମସିହାରୁ ମା ଶୀତଳାଙ୍କୁ ଗ୍ରାମର ମୁରବୀମାନେ ବୁଝାସୁଝା କରି ପାଳନ କରିଆସୁଥିବାବେଳେ ଅଦ୍ୟାବଧି ୭୪ବର୍ଷ ପର୍ଯ୍ୟନ୍ତ ଏହା ମହାସମାରୋହରେ ପାଳିତ ହୋଇଆସୁଛି । ପୂଜା କମିଟିର ସମ୍ପାଦକ ସମାଜସେବୀ ନୃସିଂହ ଚରଣ ପଣ୍ଡା, ପୂର୍ବତନ କାଉନସିଲର ଗଜେନ୍ଦ୍ର ପଣ୍ଡା, କାଉନସିଲର ଗିତାରାଣୀ ଦାସ, ଯୁବ ସମାଜସେବୀ ସୂର୍ଯ୍ୟ କୁମାର ଦାସ, ବିରଂଚି ନାରାୟଣ ପଣ୍ଡା, ମଧୁସୂଦନ ପଣ୍ଡା, ଉମାକାନ୍ତ ପଣ୍ଡା, ଉପେନ୍ଦ୍ର ଦାସ, ନରେନ୍ଦ୍ର ପଣ୍ଡା, ମହେଶ୍ୱର ବାରିକ, ନୀଳକଣ୍ଠ ଦାଶ, ଅନନ୍ତ ଚରଣ ପଣ୍ଡା, ଅଶୋକ ଜେନା, ରାକେଶ ପଣ୍ଡା, ରାଜେଶ ପଣ୍ଡା, ଦୀପୁ ପଣ୍ଡା, ପ୍ରଭାଂଶୁ ଦାଶ, ଲିପୁ ପଣ୍ଡା, କାଳନ୍ଦୀ ଦାଶ, ରଜନୀ ପଣ୍ଡା, ସ୍ୱର୍ଣ୍ଣଲତା ପଣ୍ଡା, କାବେରୀ ପଣ୍ଡା, ସାମ୍ବାଦିକ ଓ ଆଡଭୋକେଟ୍ ଅଶୋକ କୁମାର ନାୟକ ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ ।