Odiapua.com

ଅସୁସ୍ଥତା ସତ୍ତ୍ୱେ ଶୁଭେଛା ବାର୍ତ୍ତା

ଭୁବନେଶ୍ୱର;୧୬,ଜୁନ(ଦେବଦତ୍ତ ରଥ):ଚିଟ ଫଣ୍ଡ ମାମଲାରେ ଗିରଫ ହୋଇ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଥିବା ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ଅସୁସ୍ଥତା ସତ୍ତ୍ୱେ ଗୋଟେ ପରେ ଗୋଟେ ଶୁଭେଛା ବାର୍ତ୍ତା ଜଣାଉଛନ୍ତି।ରଜ ଉପଲକ୍ଷେ ପ୍ରଭାତ ଶୁଭେଛା ଜଣାଇଥିବା ବେଳେ ଏବେ ପୁଣି ଇଦ୍ ପାଇଁ ମଧ୍ୟ ଶୁଭେଛା ଜଣାଇଛନ୍ତି।ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ “ପବିତ୍ର ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଧିକ ଶୁଭେଛା” ବୋଲି ଲେଖିଥିବା ବେଳେ ଆଜି ପୁଣି “ପବିତ୍ର ଇଦ-ଉଲ-ଫିତର ଅବସରରେ କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର ସମସ୍ତ ମୁସଲମାନ ଭାଇ ଭଉଣୀ ମାନଙ୍କୁ ହାର୍ଦ୍ଧିକ ଶୁଭେଛା ଓ ଅଭିନନ୍ଦନ” ବୋଲି ଲେଖିଛନ୍ତି।ସୂଚନାଯୋଗ୍ୟ ଯେ ଏଇ କିଛି ଦିନ ତଳେ ଅସୁସ୍ଥ ପ୍ରଭାତ ଡାକ୍ତରଖାନାରୁ ସିଟି ସ୍କାନ ପାଇଁ ଯାଉଥିବା ସମୟରେ ଗଣମାଧ୍ୟମ ଆଗରେ କାନ୍ଦି ପକାଇଥିଲେ।ଡାକ୍ତରଖାନା ବାହାରେ ଭାବପ୍ରବଣ ହୋଇ କାନ୍ଦି ପକାଇ ପ୍ରଭାତ କହିଥିଲେ ଯେ,ମତେ ମିଛ କହି ଆସେନି,ମୋ ପ୍ରତି ଅନ୍ୟାୟ ହୋଇଛି,ମୁଁ ନିର୍ଦୋଷ,ସତ୍ୟର ଜୟ ହେବ।