Odiapua.com

ଅସୁରାଳି ଠାରେ ନିର୍ମାଣାଧୀନ ଗୋଶାଳା ବୁଲି ସ୍ଥିତି ଅନୁଧ୍ୟାନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଅସୁରାଳି ଠାରେ ନିର୍ମାଣାଧୀନ ଗୋଶାଳା ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଧାମନଗର ବିଧାୟକ ତଥା ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉଚ୍ଚ ଶିକ୍ଷା କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସ୍ଥାନୀୟ ସ’ ମିଲ ଛକ ନିକଟରେ ଆରମ୍ଭ ହୋଇଥିବା ଗୋଶାଳା ସ୍ଥାନକୁ ଯାଇ ବୁଲି ଦେଖିବା ସଙ୍ଗେ ସଙ୍ଗେ କାର୍ଯ୍ୟ ତ୍ୱରାନ୍ୱିତ ସମ୍ପର୍କରେ ଧାମନଗର ତହସିଲଦାର ଦିପକ କୁମାର ଦାସଙ୍କ ସହିତ ଆଲୋଚନା କରିଥିଲେ।ଏଥି ସହିତ ମନ୍ତ୍ରୀ ଏଠାରେ ଥିବା ସରକାରୀ ଜମି କିଭଳି ସୁରକ୍ଷିତ ରହିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ।ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ମନୋରଞ୍ଜନ ମଲ୍ଲିକ,ବୁଦ୍ଧଦେବ ଜେନା,ସହିଦ ମଣ୍ଡଳ ସଭାପତି ଅଜୟ ବଳ,ମିଡ଼ିଆ ସେଲର ଜିଲ୍ଲା ସଂଯୋଜକ ବୈକୁଣ୍ଠ ନାଥ ସାହୁ,ସରପଂଚ ସରୋଜ ସ୍ୱାଇଁ,ପ୍ରାକ୍ତନ ସରପଂଚ ରାଜେନ୍ଦ୍ର କୁମାର ସାହୁ,ଗୟାଧର ନାୟକ,ଶ୍ରୀକାନ୍ତ ନାୟକ,ସୂରଜ କୁମାର ସାହୁ,କ୍ଷୀରୋଦ ସ୍ୱାଇଁ,ରଜତ ଲେଙ୍କା,ଆଇନଜୀବୀ ଗଣେଶ ଦାଶ, ସନ୍ତୋଷ ନାୟକ,ଦେବାଶିଷ ନାୟକ,ଶେଷଦେବ ମଲ୍ଲିକ ପ୍ରମୂଖଙ୍କ ସହିତ ଅସୁରାଳି ରାଜସ୍ୱ ନିରୀକ୍ଷକ ସୁଜାତା ଦାସ ଉପସ୍ଥିତ ଥିଲେ।