Odiapua.com

ଅସୁରକ୍ଷିତ ଧାମରା , ବଢୁଛି ମଦ୍ୟପ ଏବଂ ଚୋରା ମଦ ବେପାରିଙ୍କ ସଂଖ୍ୟା

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ଧାମରା ଅଂଚଳ ହୋଇ ପଡୁଛି ଅଶାନ୍ତ। ଦିନ ବେଳା ମଧ୍ୟ ସାଧାରଣ ଜନତା ତ୍ରାହି ତ୍ରାହି ଡାକିଲେଣି କେମିତି ମଦ୍ୟପଙ୍କ ଠାରୁ ରକ୍ଷା ପାଇବେ। ଏପରିକି ଧାମରା ବଜାରକୁ ମଧ୍ୟ ସାଧାରଣ ଜନତା ଆସିବାକୁ ଭୟ ମଧ୍ୟ କରୁଛନ୍ତି।ପ୍ରାପ୍ତ ଖବର ଅନୁଯାଇ ଧାମରା ବଜାରରେ ଗୋଟିଏ ବିଦେଶୀ ଠିପିଖୋଲା ଏବଂ ଗୋଟିଏ ଦେଶୀ ମଦ ଦୋକାନ ଅଛି। ମାତ୍ର ଏହି ଦୋକାନୀ ମାନଙ୍କ ଠାରୁ ମଦ ଆଣି ଧାମରା ବଜାରରେ ଖୁଲମଖୁଲା ଚୋରା ମଦର ଆସର ବଢି ବଢି ଚାଲିଛି ମାତ୍ର ସେମାନଙ୍କୁ ରୋକ ଦେବାକୁ ପୁଲିସ ଏବଂ ଅବକାରୀ ବିଭାଗ ନିଷ୍କ୍ରିୟ ଭୂମିକା। ବର୍ତମାନ ସ୍ଥିତିରେ ଧାମରା ବଜାରରେ ୬-୮ଟି ସ୍ଥାନରେ ଚୋରା ମଦ ବେପାର ୨୪ଘଂଟା ଚାଲିଛି। ଏହି ଚୋରା ମଦ ବେପାରୀ ଖୁଲମଖୁଲା ଅବକାରୀ ବିଭାଗ କୁ ମାସିକିଆ ବଟି ଦେଇ ଏହି ବେପାର କରୁଛନ୍ତି ବୋଲି ସ୍ୱୀକାର କରୁଥିବା ବେଳେ ଏହି ଚୋରା ମଦ ବେପାରୀଙ୍କ ଉପରେ ନଜର ଦେବା ଦାୟିତ୍ୱ ପୁଲିସ ପକ୍ଷରେ ସବୁ ସମୟରେ ସମ୍ଭବ ନୁହେଁ ବୋଲି ପ୍ରତିକ୍ରିୟା ମିଳିଛି ମାତ୍ର ଅବକାରୀ ବିଭାଗ ଚାନ୍ଦବାଲି ଉପରେ ପସରା ଖୋଲିଥିବା ବେଳେ ଧାମରା ଅଂଚଳକୁ ମଧ୍ୟ ନଜର ଦେବା ସମ୍ଭବ ହୋଇ ପାରୁନାହିଁ ବୋଲି ଚର୍ଚା ଚାଲିଛି। ସବୁଠାରୁ ରୋଚକର ବିଷୟ ଧାମରା ବଜାର ଠାରେ ଥିବା ମଦ ଦୋକାନ ଗୁଡିକ ଧାମରା ସାମୁଦ୍ରିକ ଥାନା ଅଧିନରେ ରହୁଥିବା ବେଳେ ସେହି ଦୋକାନରୁ ମଦ ଆସି ଧାମରା ଥାନା ଅଂଚଳରେ ବିକ୍ରି ହେଉଛି। ତେଣୁ ଗୋଟିଏ ସ୍ଥାନ ୨ଜଣ ଥାନାଧିକାରୀଙ୍କ ଅଂଚଳ, ଦାୟିତ୍ୱ ନେବ କିଏ ! ଧାମରା ବଜାର ଏବଂ ବସଷ୍ଟାଣ୍ଡ ଛକରେ ମଦ୍ୟପ ମାନେ ନିଶାସକ୍ତ ଅବସ୍ଥାରେ ଆସି ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବସ ଯାତ୍ରୀ ମାନଙ୍କୁ ମଧ୍ୟ ଗାଳିଗୁଲଜ କରିଥାନ୍ତି।