Odiapua.com

ଅସାମାଜିକ ଯୁବକ ସେଲଫି ପଏଣ୍ଟକୁ ଭାଙ୍ଗିବା ନେଇ ଥାନାରେ ଅଭିଯୋଗ

ନୟାଗଡ଼ ୨୧/୦୪ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ରାଜ୍ୟରେ ସମସ୍ତ ନଗରାଞ୍ଚଳକୁ ସବୁଜ ସୁନ୍ଦର କରିବା ପାଇଁ ସରକାର ବିଭିନ୍ନ ଯୋଜନା ରେ ଅର୍ଥବ୍ୟୟ କରିଚାଲିଛନ୍ତି। ସେହିଭଳି ଭାବରେ ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦକୁ ସବୁଜ ସୁନ୍ଦର କରିବା ପାଇଁ ବିଭିନ୍ନ କାନ୍ଥ ବାଡ଼ରେ ରଣପୁର ଇତିହାସ ସହ ସଚେତନ ବାର୍ତ୍ତା ତୈଳ ଚିତ୍ର ମାଧ୍ୟମରେ କରାଯାଇଛି। ଏଥିସହ ରଣପୁର ଜଗନ୍ନାଥ ମନ୍ଦିର ସାମ୍ନାରେ ୩ ଲକ୍ଷ ଟଙ୍କା ବ୍ୟୟ ବିନିମୟରେ ଏକ ସେଲଫି ପଏଣ୍ଟ ନିର୍ମାନ କରାଯାଇଥିଲା। ଯାହାକୁ କି ଗତ ଏପ୍ରିଲ ୨୦ ତାରିଖରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ଼ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ ଓ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି ଉଦଘାଟନ କରିଥିଲେ।

ରଣପୁର ଅଂଚଳରେ ଅସହିଷ୍ମୁତା ଏପରି ବଢିଯାଇଛି ଯେ ରାତ୍ରିରେ କୌଣସି ଅସାମାଜିକ ଯୁବକ ସେଲଫି ପଏଣ୍ଟକୁ ଭାଙ୍ଗି ଦେଇଛି। ଯାହାଫଳରେ ରଣପୁରକୁ ରଙ୍ଗୀନ କରି ଗଢିତୋଳିବାକୁ ଉଦ୍ୟମ କରୁଥିବା ରଙ୍ଗୀନ ମହାନ୍ତି ଓ ସଚେତନଶୀଳ ଯୁବକ ମାନଙ୍କ ମନରେ କୁଠାରଘାତ କରିଛି। ଯାହାକୁ ନେଇ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପାଶ ବିଶି ରଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସର୍ମ୍ପକେ ରଣପୁର ଥାନା ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଅଭିଯୋଗ ପାଇ ତଦନ୍ତ ଚାଲିଛି। ଜଗନ୍ନାଥ ମନ୍ଦିର ଓ ନିକଟରେ ଲାଗିଥିବା କ୍ଲୋଜ୍ ସର୍କିଟ୍ କ୍ୟାମେରା ଫଟୋଚିତ୍ର କୁ ନେଇ ତଦନ୍ତ କରାଯିବ।