Odiapua.com

ଅସାବଧାନତା ବଶତଃ ୬୨ ଆସନରେ ବାଜି ମାରିନେବ ବିଜେପି

ଶାସକ ବିଜେଡ଼ି ପ୍ରତି ଆକ୍ରୋଶ ବଢ଼ିଲାଣି ରାଜ୍ୟରେ। ବିଗତ ଛଅ ମାସ ଭିତରେ ଲୋକପ୍ରିୟତା ତଳକୁ ତଳ ଖସୁଛି। ଏହାର ପୁରା ଫାଇଦା ବିଜେପି ଖାତାକୁ ଚାଲିଯିବ ବୋଲି ଗୋଟିଏ ଘରୋଇ ସଂସ୍ଥା କେନ୍ଦ୍ରୀୟ ବିଜେପିକୁ ରିପୋର୍ଟ ଦେଇଛି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଓଡ଼ିଶାରେ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ତର୍କ ବିତର୍କ ଚାଲିଛି। ୨୩ ବର୍ଷ ପରେ ମଧ୍ୟ ଓଡ଼ିଶା ଲୋକେ ନବୀନ ପଟ୍ଟନାୟକଙ୍କୁ ଭଲ ପାଉଛନ୍ତି। ଓଡ଼ିଶାବାସୀ ଅନେକ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି। ନବୀନ ସରକାର ଉପରେ ଲୋକେ କୃତଜ୍ଞ। କିନ୍ତୁ ବିଜେଡ଼ି ଦଳର ଗତିବିଧି ଦେଖି ଲୋକମାନେ ଚିନ୍ତା ପ୍ରକଟ କରିବା ଆରମ୍ଭ କରିସାରିଲେଣି। ବିଜେଡ଼ି ଦଳ ଗଠନ ହୋଇଥିଲା କେଉଁ ଉଦ୍ୟେଶରେ ଆଉ ଦଳର ଭବିଷ୍ୟତ ଏବେ କୁଆଡେ ଗାଁ ଗହଳିରେ ଆଲୋଚନା। ଏହାର ସମ୍ପୂର୍ଣ୍ଣ ତଥ୍ୟ ଏହି ରିପୋର୍ଟରେ ଉଲେଖ ରହିଛି ବୋଲି ପଶ୍ଚିମ ଓଡ଼ିଶାର ଜଣେ ବିଜେପି ବିଧାୟକ ମତ ପ୍ରକାଶ କରିଛନ୍ତି। ସବୁ ଠିକ ଠାକ ଚଳିବ ନିର୍ବାଚନ ପର୍ଯ୍ୟନ୍ତ। ଦୁଇ ଦଳର ଉପର ସ୍ତରରେ ଯାହା ବୁଝାମଣା ଚାଲିଛି ଚାଲିବ। ଓଡ଼ିଶା କଂଗ୍ରେସ ନଅ ରୁ ଅଧିକା ସିଟ ଆଣିବ ବୋଲି ସାମ୍ପ୍ରତିକ ପରିସ୍ଥିତି କହୁଛି। ସାଧାରଣ ନିର୍ବାଚନକୁ ଆଉ ତିନି ମାସ ବାକି ଅଛି। ଯଦି ଓଡ଼ିଆ ଭୋଟରଙ୍କ ମାନସିକତାରେ ପରିବର୍ତ୍ତନ ବୃଦ୍ଧି ପାଏ ତେବେ ଫଳାଫଳ ଓଲଟି ଯିବାର ଆଶଙ୍କାକୁ ଏଡାଇ ଦିଆ ଯାଇ ନ ପାରେ। ଷାଠିଏରୁ ଅଧିକା ଆସନରେ ଯଦି ଦୁର୍ଭାଗ୍ୟ ବଶତଃ ବିଜେପି ଆସିଗଲା ତେବେ ବିଜେଡ଼ି ସରକାର ପାଇଁ ଏହା ଘାତକ ସାବ୍ୟସ୍ତ ହୋଇ ପାରେ।
ପ୍ରିୟରଞ୍ଜନ ସାହୁ