Odiapua.com

ଅସାଧୁ ସାମ୍ବାଦିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ହାଟଡ଼ିହି, ୨୮ । ୧୦ :(ଓଡିଆପୁଅ / ବିକାଶ ବିଶ୍ୱାଳ) ଏବେ ଆନନ୍ଦପୁର ଉପଖଣ୍ଡରେ କିଛି ଅସାଧୁ ସାମ୍ବାଦିକ ସାମ୍ବାଦିକତା ନକରି କେବଳ କାର୍ଡ ଖଣ୍ଡିଏ ଧରି ସତ୍ୟ ଖବର ପ୍ରକାଶ କରିବା ପରିବର୍ତ୍ତେ ଚାନ୍ଦା ଆଦାୟକୁ ବ୍ରତୀ ଭାବେ ଆପଣେଇଛନ୍ତି । ଏନେଇ ଆନନ୍ଦପୁର ପ୍ରେସକ୍ଲବର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏପରିକି କିଛି ବେସରକାରୀ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ସେମାନେ ସାମ୍ବାଦିକ କାର୍ଡଧରି ପୁଜା ପାର୍ବଣରେ କେବଳ ଚାନ୍ଦା ଆଦାୟ କରିବା ଦୁର୍ଭାଗ୍ୟ ଜନକ ବିଷୟ । ଆଜି ଆନନ୍ଦପୁର ପ୍ରେସକ୍ଲବ ପକ୍ଷରୁ ଏନେଇ ଏକ ବୈଠକ କରାଯିବା ସହିତ ସଭାପତି ଗୋପାଳକୃଷ୍ଣ ରାଉତ, ସମ୍ପାଦକ ସନ୍ତୋଷ କୁମାର ରାଉତ, ବରିଷ୍ଠ ସଦସ୍ୟ ମୁନା ସିଂ, ଶତୃଘ୍ନ ସାହୁ, ଦିଲ୍ଲିପ କୁମାର ମିଶ୍ର, ଲଲାଟେନ୍ଦୁ ଧିର, ଶ୍ରୀକୁମାର ମିଶ୍ର, ସ୍ୱପ୍ନେଶ୍ୱର ପଣ୍ଡା, ରାଜୀବ ଲୋଚନ ଜେନା, ଭରତ ମିଶ୍ର, ପ୍ରକାଶ କୁମାର ହଜାରୀଙ୍କ ସମେତ ବହୁ ସଦସ୍ୟ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।