Odiapua.com

ଅସହ୍ୟ ଗ୍ରୀଷ୍ମପ୍ରବାହ : ସ୍କୁଲ ସମୟ ୬.୩୦ ରୁ ୯ ଟା

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରେ ବର୍ତମାନ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବାଧିକ ପ୍ରାଥମ୍ୟ ଦିଆଯାଇଛି। ଜିଲ୍ଲାପାଳ ଙ୍କ ନିଷ୍ପତି କ୍ରମେ ଭଦ୍ରକ ଜିଲ୍ଲାର ସମସ୍ତ ପ୍ରକାର ସରକାରୀ/ସରକାରୀ ସହାୟତାପ୍ରାପ୍ତ/ବେସରକାରୀ ବିଦ୍ୟାଳୟ/ଓଏଭି (ଓଏଭିଏସ) ରେ ଶିଶୁବାଟିକାରୁ ଶ୍ରେଣୀ-୧୨ ପର୍ଯ୍ୟନ୍ତ ପାଠପଢ଼ା ସମୟକୁ ପ୍ରଭାତ ୦୬.୩୦ ରୁ ୦୯.୦୦ ପର୍ଯ୍ୟନ୍ତ ଚାଲୁ ରଖିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୁ ନିର୍ଦ୍ଦେଶ ଦିଆଯାଇଛି।