Odiapua.com

ଅସହାୟ ପରିବାରର ଦାୟିତ୍ୱ ଗ୍ରହଣ କଲା ଉତ୍କଳ ଫାଉଣ୍ଡସନ ଟ୍ରଷ୍ଟ

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବୟାବନାପୁର ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରଭାନୁପୁର ଗ୍ରାମର କାର୍ତ୍ତିକ ଜେନାଙ୍କ ଦେହାନ୍ତ ପରେ ଅସହାୟ ହୋଇପଡିଥିବା ପରିବାର ଦାୟିତ୍ୱ ଗ୍ରହଣ କରିଛି ଉତ୍କଳ ଫାଉଣ୍ଡେସନ ଟ୍ରଷ୍ଟ। ଟ୍ରଷ୍ଟ ପକ୍ଷରୁ କାର୍ତ୍ତିକଙ୍କ ଶୁଦ୍ଧିକ୍ରିୟା ଖର୍ଚ୍ଚ ବହନ କରାଯିବା ସହ କନ୍ୟା ମାମୁନିର ପଢା ଦାଇତ୍ୱ ଓ ଝାଟିମାଟି ବାସଗୃହ କୁ ପକ୍କା ଗୃହରେ ପରିଣତ କରିବା ଦାୟିତ୍ୱ ମଧ୍ୟ ଗ୍ରହଣ କରାଯାଇଛି। ଟ୍ରଷ୍ଟି ତ୍ରିଲୋଚନ ଦାଶ, ସମ୍ପାଦିକା ପୂଜାରାଣୀ ବେହେରା, ରତିକାନ୍ତ ନାୟକ, ତୋଫାନୀ ପଣ୍ଡା ପ୍ରମୁଖ ସକ୍ରିୟ ଭାବେ ଏହି କାର୍ଯ୍ୟର ତତ୍ତ୍ୱାବଧାନ କରିଥିଲେ।