Odiapua.com

ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଲା ଶୈଳାବାଳା ଫାଉଣ୍ଡେସନ

ହାଟଡ଼ିହି, ୧୫ । ୮ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ କଣିଆରୀ ଗ୍ରାମର ମିନତୀ ଦାସଙ୍କ ସ୍ୱାମୀ ଦୀର୍ଘ ୯ବର୍ଷ ହେଲା ଆରପାରିକୁ ଚାଲିଯିବା ପରେ ମିନତୀ ଅସହାୟ ହୋଇପଡିଥିଲେ । ଘରେ ଆଠବର୍ଷର ଏକ ଶିଶୁପୁତ୍ରକୁ ଧରି ଭୋକ ଉପାସରେ ଦିନ କାଟୁଥିବା ଖବର ପାଇବାପରେ ଶୈଳବାଳା ଫାଉଣ୍ଡେସନ ପକ୍ଷରୁ ସହାୟତାର ହାତ ବଢ଼ାଯାଇଛି । ତାର ପରିବାରଟି ସବୁଦିନ ପାଇଁ କିପରି ନିଜ ଗୋଡରେ ନିଜେ ଠିଆ ହୋଇପାରିବ ସେଥିପାଇଁ ତାଙ୍କୁ ଶୈଳବାଳା ଫାଉଣ୍ଡେସନ ପକ୍ଷରୁ ଏକ ସିଲେଇ ମେସିନି ଯୋଗାଇ ଦିଆଯାଇଛି । ଶୈଳବାଳା ଫାଉଣ୍ଡେସନର ଏପରି ମହତ କାର୍ଯ୍ୟକୁ ଗ୍ରାମବାସୀଙ୍କ ପକ୍ଷରୁ ଭୂୟସୀ ପସଂଶା କରାଯାଇଛି ।