Odiapua.com

ଅସହାୟ ଙ୍କୁ ନିଜ ପାଇଁ ଆଣିଥିବା ଖାଦ୍ୟ ଖୁଆଇଲେ ପୋଲିସ କନେଷ୍ଟବଳ

ବାଲିଗୁଡା, ୨୭/୪ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କୋରନା ମହାମାରୀ ଯୋଗୁଁ ଦେଶରେ ଲକଡାଉନ ପରିସ୍ଥିତି, ଏହି ପରିସ୍ଥିତିରେ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ରାଜ୍ୟ ବାହାରର ଶତାଧିକ ଲୋକେ। ଏଭଳି ସମୟରେ ପୋଲିସ ବାହିନୀ ଆଗ ଧାଡି ର କୋରନା ଯୋଦ୍ଧା ସାଜି ବିଭିନ୍ନ କାର୍ଯ୍ୟ ତୁଲାଇ ଜନସାଧାରଣ ଙ୍କ ଆସ୍ଥା ଭାଜନ ହୋଇ ପାରିଛି। ଏପରିକି ନିଜ ଖାଇବା ଖାଦ୍ୟ ରୁ କାଟି ଭୋକିଲା କୁ ଆହାର ଦେଇ ଜଣେ କର୍ତ୍ତବ୍ୟରତ କନେଷ୍ଟବଳ ମହାନତା ର ପରିଚୟ ଦେଇଛନ୍ତି। ସେ ହେଉଛନ୍ତି ବାଲିଗୁଡା ନୁଆସାହି ବାସିନ୍ଦା କନେଷ୍ଟବଳ ବିଘ୍ନ ରାଜ ପ୍ରଧାନ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ରାମପୁର ଛକ ରେ ଡ଼ିଉଟି କରୁଥିବା ବେଳେ ଜଣେ ବାହାର ରାଜ୍ୟ ର ଭୋକିଲା ଲୋକ ଚାଲି ଚାଲି ଆସି ପହଂଚିଥିଲେ। ଏହି ସମୟରେ କନେଷ୍ଟବଳ ବିଘ୍ନରାଜ ଲୋକଟି ଭୋକିଲା ଥିବା ଜାଣିପାରି ନିଜ ପାଇଁ ଆଣି ଥିବା ଖାଦ୍ୟକୁ ଉକ୍ତ ଲୋକଟି କୁ ଖାଇବାକୁ ଦେଇ ଥିଲେ। କନେଷ୍ଟବଳ ଙ୍କ ଏହି ମାନବିକତା କାମ ପାଇଁ କନ୍ଧମାଳ ଏସପି ପ୍ରତୀକ ସିଂ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି. ଏହି ଘଟଣା ଏବେ ସୋସିଆଲ ମିଡିଆରେ ପୋଲିସ ର ମହାନତା କାର୍ଯ୍ୟ ପାଇଁ ସବୁ ଆଡୁ ପ୍ରଶଂସା ର ସୁଅ ଛୁଟିଛି ଏବଂ କନେଷ୍ଟବଳ ବିଘ୍ନରାଜ କୁ ମଧ୍ୟ ବିଭିନ୍ନ ମହଲ ରେ ଏଭଳି ମାନବିକତା ସେବା ପାଇଁ ପ୍ରଶଂସା କରାଯାଇଛି।