ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ସୁନ୍ଦରପୁର ପଂଚାୟତ ଅଧୀନ କୁଳେଇପଦା ଗାଁର ବିଜୟ ଜେନା ଦୀର୍ଘବର୍ଷ ହେବ କିଡିନ ରୋଗରେ ଆକ୍ରାନ୍ତ ହୋଇ ଘରେ ବସି ରହିଥିବାରୁ ପରିବାର ୫ଜଣ କୁଟୁମ୍ବ ଓଳିଏ ଖାଇ ଓଳିଏ ଉପାସ ରହିବା ସହ ଦୁଃଖ କଷ୍ଟରେ ଜୀବନ ବିତାଉଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ମଙ୍ଗଳବାର ଭଦ୍ରକ ଜିଲା ମାନବବାଦୀ ସଂଗଠନର ସଦସ୍ୟ ବିଜୟଙ୍କ ଘରେ ପହଂଚି ସମସ୍ତ କଥା ବୁଝିବା ସହ ୧୫୦୦୦ଟଙ୍କା ଆର୍ôଥକ ସହାୟତା ରାଶି ପ୍ରଦାନ କରିଥିଲେ। ବିଜୟ ଘରର ଏକମାତ୍ର ରୋଜଗାରିଆ ହୋଇଥିବାରୁ ତେଲ ଲୁଣ ସଂସାରରୁ ଯାହାକିଛି ପିଲାମାନଙ୍କ ପାଠପଢ଼ା ପାଇଁ ସଂଚୟ କରି ରଖିଥିଲା ଦୀର୍ଘ ୩ ବର୍ଷ ହେବ କିଡିନ ଜନିତ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ସେତକ ଟଙ୍କା ସରିଯିବାରୁ କିଭଳି ଚିକିତ୍ସା ହେବେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ଏପରି ସହାୟତାରେ ହାତ ବଢାଇଥିବା ମାନବବାଦୀ ସଂଗଠନର ସାନ୍ତୁନ କୁମାର ରାଉତ, ଭାଗବତ ତ୍ରିପାଠୀ, ଅନିନ୍ଦ୍ୟ କୁମାର ମହାନ୍ତି, ମଦନମୋହନ ନାୟକ, ସ୍ନେହଲତା ବେହେରା, ଶଶଧର ନାୟକ, ବୈଲାଚନ ୍େୱହୁରିଆ, ରାହାସବିହାରୀ ନାୟକ, ଗୀତାରାଣୀ ଆଇଚ, ବାସୁଦେବ ବାରିକ, ଶଶିକାନ୍ତ ପାଢୀ, ରବିନ୍ଦ୍ର କୁମାର ସାହୁ, ବୀଣାପାଣି ନାୟକ, ହରମୋହନ କୁଅଁର ପ୍ରମୁଖଙ୍କୁ ବିଜୟ ଧନ୍ୟବାଦ ଜଣାଇଥିଲେ। ମାନବବାଦୀ ସଂଗଠନର ଏପରି ପ୍ରୟାସକୁ ନେଇ ସ୍ଥାନୀୟ ଅଂଚଳବାସୀ ଭୁରି ପ୍ରଶଂସା କରିଛନ୍ତି।