Odiapua.com

ଅସହାୟକୁ ସହାୟତାର ହାତ ବଢାଇଲେ ସରପଂଚ

ଘଟଗାଁ,୨୧/୦୨(ଓଡିଆପୁଅ/ଭବାନୀ ପ୍ରସାଦ)- କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ଏ କଥାକୁ ସତ କରିଦେଖାଇଛନ୍ତି ଘଟଗାଁ ମୁକୁନ୍ଦପୁରପାଟଣା ପଂଚୟତର ସରପଂଚ ଅନ୍ନପୂର୍ଣ୍ଣ ଦେହୁରୀ । ଏକ ଆଗ୍ରଣୀ ପଂଚାୟତ ଭାବେ ପରିଚିତ ଏହି ପଂଚାୟତର ସରପଂଚ ଗରିବ ଓ ଅସହାୟ ମାନଙ୍କୁ ଅନେକ ସମୟରେ ସାହାର୍ଯ୍ୟ ଓ ସହଯୋଗର ହାତବଢାଇ ନିଜର କର୍ତବ୍ୟ କରିବା ସହିତ ମଣିଷ ପଣିଆ ପରିଚୟ ଦେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ମଣିଷ ପଣିଆର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ଘଟଗାଁ ବଜାରରେ । ଜଣେ ବିହାର ଅଂଚଳରୁ ଚାଲିଆସିଥିବା ଅସହାୟ ବୃଦ୍ଧା ତିସିରା ରେହେମାନ କିଛି ଦିନ ହେବ ଘଟଗାଁ ବଜାରରେ ଭୋକ ଉପାସରେ ଏକ ପରିତପ୍ତ ସ୍ଥାନରେ ପଡିରହିଥିଲେ କିଛି ସ୍ଥାନୀୟ ଲୋକେ ତାଙ୍କର ଏଭଳି ଅବସ୍ଥା ବିଷୟରେ ପଚାରିବାରୁ ସେ କହିଥିଲେ ଆର୍ଥିକ ଅନଟନ ଓ ପୁଅ ବହୁର ନିର୍ଜାତନ ସହିନପାରି ଘରୁ ପଳାଇଆସିଛନ୍ତି । ପାଖରେ ଟଙ୍କା ପଇସା ନଥିବାରୁ ଖାଇବାକୁ ନପାଇ ଏଭଳି ପଡିରହିଛନ୍ତି ବୋଲି କହିଥିଲେ । ତେବେ ଏବିଷୟରେ ସରପଂଚ ଅନ୍ନପୂର୍ଣ୍ଣା ଦେହୁରୀ ଜାଣିବା କ୍ଷଣି ଉକ୍ତସ୍ଥାନକୁ ଯାଇ ତାଙ୍କ ପାଇଁ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ପଂଚାୟତ କର୍ମଚାରୀଙ୍କ ସହାୟତାରେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଚିକିସôା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି । ଅଧିକ ଚିକିସôାର ଆବଶ୍ୟକତା ଥିଲେ ସରପଂଚ ରିଲିଫ ଫଣ୍ଡରୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ସରପଂଚ ପ୍ରକାଶ କରିଛନ୍ତି । ଅନ୍ନପୂର୍ଣ୍ଣଙ୍କ ଭଳି ଜଦି ସାଧାରଣ ଲୋକେ ଏଭଳି ସହଯୋଗ କରିବା ପାଇଁ ଆଗେଇ ଆସନ୍ତେ ତେବେ ଆମ ସମାଜ ପାଇଁ ଦେଖୁଥିବା ସ୍ୱପ୍ନ ବାସ୍ତବ ରୁପରେ ପରିଣତ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି ।