Odiapua.com

ଅସରାଏ ବର୍ଷାରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି, ଭଦ୍ରକ ଆରଡ଼ି ରାସ୍ତା ବେହେଲ

????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅସରାଏ ବର୍ଷାରେ ବେହାଲ ହୋଇ ପଡିଛି ଭଦ୍ରକ ଆରଡ଼ି ରାସ୍ତା । ବର୍ଷାଭାବ ବେଳେ ଲଘୁଚାପ ଜନିତ ସାମୟିକ ବର୍ଷା ବିଶେଷକରୀ ଚାଷୀ କୂଳଙ୍କୁ ଆଶ୍ୱସ୍ତି କରିଛି । ତେବେ ଏହି ବର୍ଷା ଏବେ ଭଦ୍ରକ ସହର ର ବହୁ ତଳିଆ ଅଂଚଳ ବିଶେଷକରି ଜଳ ନିଷ୍କାସନ ସୁବିଧା ନଥିବା ଭଦ୍ରକ ଆରଡ଼ି ରାସ୍ତାକୁ ଜଳାର୍ଣ୍ଣବ କରିଛି । ଅସରାଏ ବର୍ଷାରେ ନର୍ଦମା ଜଳ ରାସ୍ତାରେ ଲହଡ଼ି ଭାଙ୍ଗୁଛି । ପୂର୍ବରୁ ଏହିଭଳି ପରିସ୍ଥିତିରେ ଅନେକ ଥର ଏହି ରାସ୍ତାରେ ମୋଟର ଗାଡି , ଅଟୋ ଓ କାର ଏବଂ ବାଇକ ଖାଲରେ ଗଳିପଡି ଥିବା ନଜିର ରହିଛି । କଦବା କେତେବେଳେ ଅସରାଏ ବର୍ଷା ହେଲେ ଆରଡି ରାସ୍ତାରେ ନର୍ଦ୍ଦମା ଓ ବର୍ଷା ପାଣି ମିଶି ପୂତିଗନ୍ଧମୟ ସାଙ୍ଗକୁ ଲହଡ଼ି ଭାଙ୍ଗୁଛି କ୍ଷ ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ ରୋଡକୁ ସଂଯୋଗ କରୁଥିବା ଡ୍ରେନ ପାଣି ଉଛୁଳା ପାଣି ରାସ୍ତା ଉପରେ ଧାର ଛୁଟୁଛି। ଏମିତିକି ସର୍ଭିସ ରୋଡ କଡରେ ଥିବା ଘର ଗୁଡିକରୁ ଅପରିଷ୍କାର ଓ ନର୍ଦ୍ଦମା ପାଣି ସର୍ଭିସ ରାସ୍ତା ଉପରେ ସୁଅ ଛୁଟି ଆରଡି ରାସ୍ତା କୁ ଜଳାର୍ଣ୍ଣବ କରିଛି । ରବିବାର ଠାରୁ ସମଗ୍ର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଅନୁଭୂତ ହେବା ପରେ ପରିସ୍ଥିତି ଅସମ୍ଭାଳ ହୋଇଛି । ଏହି ରାସ୍ତାରେ ଦୈନିକ ହଜାର ହଜାର ଲୋକ ଏବଂ ଗାଡି ମୋଟର ଚଳାଚଳ କରୁଛନ୍ତି। ଏହି ରାସ୍ତା ଦେଇ କେବଳ ଯେ ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ଆଖଣ୍ଡଳ ମଣୀ କୁ ହଜାର ହାହାର ଭକ୍ତ ଯାତାୟତ କରୁଛନ୍ତି ତା ନୁହେଁ କେନ୍ଦ୍ରୀୟ ବିଦ୍ୟାଳୟ, ସ୍କୁଲ କଲେଜ ର ଶହ ଶହ ଛାତ୍ର ଛାତ୍ରୀ ଯାତାୟତ କରୁଛନ୍ତି । ତାଛଡ଼ା ଭଦ୍ରକ ନିର୍ବାଚନ ମଣ୍ଡଳୀ ସହିତ ଧାମନଗର ଏବଂ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ର ଲକ୍ଷାଧିକ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ ଅଟନ୍ତି । ବର୍ଷ ବର୍ଷ ଧରି ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଫଳରେ ବିନା ବର୍ଷାରେ ବାରମାସ ଆରଡି ଛକରୁ ଆରଡି ଯିବାଆସିବା ରାସ୍ତାରେ ପାଣିର ସୁଅ ଚାଲିଥାଏ। ପ୍ରତିଦିନ ସ୍କୁଲ ଓ ଘରୋଇ କଲେଜର ପିଲା ସହ ଭଦ୍ରକର ବିଭିନ୍ନ ଅଧିକାରୀ ଯାତାୟତ କରୁଛିନ୍ତି । ଏଥିପ୍ରତି କାହାର ନଜର କିମ୍ବା ଧ୍ୟାନ ନାହିଁ। ଏହି ରାସ୍ତାରେ ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ସମେତ ନେତା ଓ ଜନପ୍ରତିନିଧି ମାନେ ବାବା ଆଖଣ୍ଡଳମଣୀ ପୀଠକୁ ଦର୍ଶନ କରିବାକୁ ଯାଉଛନ୍ତି। ଭଦ୍ରକ ଜିଲ୍ଲାକୁ ବଦଳି ହୋଇ ଆସିବା ପରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଉଚ୍ଚ ପ୍ରଶାସନିକ ଅଧିକାରୀ ମାନେ ଆଖଣ୍ଡଳମଣୀ ଙ୍କ ଦର୍ଶନ ପାଇଁ ଏହି ରାସ୍ତାକୁ ବ୍ୟବହାର କରିଆସୁଛନ୍ତି । ହେଲେ ରାସ୍ତାର ଦୁରାବସ୍ତା ନେଇ କାହାର ନଜର ପଡୁନି । ବର୍ଷ ବର୍ଷ ଧରି ଦୁର୍ଦଶା ଭୋଗୁଛନ୍ତି ଏହି ରାସ୍ତା ଉପରେ ନିର୍ଭରଶୀଳ ଲୋକେ । ଜିଲ୍ଲାପ୍ରଶାସନ ବିଶେଷ କରି ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ଭଦ୍ରକ ଜିଲ୍ଲପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ମହଲ ରେ ଦାବୀ ହେଉଛି ।