ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) –ସହକାରୀ ଶିକ୍ଷୟିତ୍ରୀ ଙ୍କୁ ଅସଦାଚରଣ କରି ପ୍ରଧାନ ଶିକ୍ଷକ ଥାନା ରେ ଅଟକ। ଏଭଳି ଘଟଣା ଘଟିଛି ଭଣ୍ଡାରିପୋଖରୀ ଥାନା ବାଲି ପୋଖରୀ ପଂଚାୟତ ଶୁକଦେବ ଜେନା ହାଇସ୍କୁଲ ରେ। ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭଗବାନ ପ୍ରଧାନଙ୍କୁ ଭଣ୍ଡାରିପୋଖରୀ ପୋଲିସ ବିଦ୍ୟାଳୟ ଭିତରୁ ଉଠାଇ ଆଣିଛି। ତେବେ ପ୍ରଧାନ ଶିକ୍ଷକ ଜଣଙ୍କ ସେହି ବିଦ୍ୟାଳୟ ର ଜଣେ ସହକାରୀ ଶିକ୍ଷୟିତ୍ରୀ ଙ୍କୁ ବାରମ୍ବାର ଅସଦାଚରଣ କରିବା ସହିତ ମାନସିକ ନିର୍ଯାତନା ଦେଈ ଆସୁଥିଲେ। ଫଳରେ ଶିକ୍ଷୟିତ୍ରୀ ଜଣକ ଅତିଷ୍ଠ ହୋଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସମେତ ସ୍ଥାନୀୟ ଥାନାରେ ଗତ ୩୦ ତାରିଖ ଦିନ ଲିଖତ ଅଭିଯୋଗ କରିଥିଲେ । ତେବେ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ତାଗିଦ ସତ୍ୱେ ପ୍ରଧାନ ଶିକ୍ଷକ ଙ୍କ କଳା କାରନାମା କମି ନ ଥିଲା। ପୁଣି ସେ ସେହି ଶିକ୍ଷୟିତ୍ରୀ ଙ୍କୁ ଅସଦାଚରଣ କରିଥିଲେ। ତେଣୁ ବାଧ୍ୟ ହୋଇ ଶିକ୍ଷୟିତ୍ରୀ ଜଣଙ୍କ ଘଟଣା ସମ୍ପର୍କ ରେ ଲିଖିତ ଭାବେ ଭଣ୍ଡାରିପୋଖରୀ ଥାନା ରେ ଜଣାଇଥିଲେ। କିନ୍ତୁ ପୋଲିସ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ତାଗିଦ କରିଥିଲେ ହେଁ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ। ତେବେ ଏହି ଘଟଣା ଜଣା ପଡିବା ପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତି କରି ବିଦ୍ୟାଳୟ ସମୁଖ ରେ ଧାରଣା ଦେଈ ନାରାବାଜି କରିଥିଲେ। ତେଣୁ ପୋଲିସ ବାଧ୍ୟ ହୋଇ ଘଟଣାର ତଦନ୍ତ କରିବା ପାଇଁ ବିଦ୍ୟାଳୟ କୁ ଯିବା ସହିତ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଙ୍କୁ ବିଦ୍ୟାଳୟ ଭିତରୁ ଉଠାଇ ଆଣିଛି। ଏହି ଘଟଣା ପ୍ରଘଟ ପରେ ସେଠାରେ ଗ୍ରାମର ମହିଳା ମାନେ ପହଂଚି ଥିଲେ। ତେଣୁ ସେଠାରେ ଉତେଜନା ମୂଳକ ସୃଷ୍ଟି ହୋଇଥିଲା। ପୋଲିସ ଏହି ଘଟଣା ରେ ଏକ ମାମଲା ରୁଜୁ କରି ଘଟଣା ର ଅଧିକ ତଦନ୍ତ ଆରମ୍ଭ କରିଛି।