ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଆଗରପଡ଼ା କୃଷ୍ଣ ଚରଣ ବିଦ୍ୟାମନ୍ଦିରର ଶିକ୍ଷକ ଅଶୋକ କୁମାର ଖିଲାରଙ୍କୁ କଳିଙ୍ଗ ରତ୍ନ ସମ୍ମାନ ପ୍ରଦାନ କରାଯାଇଛି । ଉତ୍କଳ କେଶରୀ ଡ.ହରେକୃଷ୍ଣ ମହତାବଙ୍କ ପିତାଙ୍କ ନାମରେ ନାମିତ କୃଷ୍ଣ ଚରଣ ବିଦ୍ୟାମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ଆବାହକତ୍ୱରେ ଡାଃ.ଅଜୟ କୁମାର ସେଣ୍ଢ, ଡାଃ.ବିଭୁତୀ ଭୂଷଣ ମିଶ୍ର, ଏସିବି ଫାଉଣ୍ଡେସନ୍ର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା, ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ, ଯୁଗ୍ମ ସମ୍ପାଦକ ରଞ୍ଜନ ଦାସ, ବରିଷ୍ଠ ବିଜେପି ନେତା ମଦନ ମୋହନ ଦାଶ, ଗୋପାଳ କୃଷ୍ଣ ଦାଶ, ସୁଶାନ୍ତ ଶତପଥୀ, କୃଷ୍ଣ ଚରଣ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ଶରତ ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ଲେଙ୍କା, ସ୍ତମ୍ବକାର ସୁବୋଧ କୁମାର ସାହୁ, ସମାଜ ସେବୀ ଅର୍ଜୁନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଖିଲାରଙ୍କୁ ପୁଷ୍ପଗୁଚ୍ଛ ଓ ସମ୍ବର୍ଦ୍ଧନା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀ ଖିଲାର ଦିର୍ଘ ୨୩ବର୍ଷ ଧରି ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦନ କରି ଅନେକ ମେଧା ଛାତ୍ର ତିଆରି କରି ପାରିଛନ୍ତି । ଏହି ସମ୍ମାନ ତାଙ୍କୁ ନୀତି ନିଷ୍ଠ ଭାବେ କାର୍ଯ୍ୟ କରିବା ନେଇ ସହାୟକ ହେବ ବୋଲି ସେ ଉତ୍ତରରେ କହିଛନ୍ତି ।