Odiapua.com

ଅଶାନ୍ତ ସମୁଦ୍ରର ଝଡ଼ରେ ୧୮ ଟି ମାଛଧରା ବୋଟ ଶିକାର ହୋଇ ୨୪ ମୃତ – ୩୧ ଜଣ ନିଖୋଜ

ନୂଆଦିଲ୍ଲୀ ୨୧-୭ (ଓଡ଼ିଆ ପୁଅ) ଇଣ୍ଡୋନେସିଆର ସାମ୍ବାସ୍ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ପାଣିପାଗ ବିଭାଗର ଚେତାବନୀକୁ ଦୃଷ୍ଟିରେ ରଖି ଦୁଇଟି ଟଗ୍ ଡଙ୍ଗା ଏବଂ ମାଛଧରା ଜାହାଜ ଉପକୂଳରେ ଥିବା ସମୟରେ ଖରାପ ଜଳବାୟୁ କାରଣରୁ ଅଶାନ୍ତ ସମୁଦ୍ରର ଝଡ଼ର ଶିକାର ହେବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ଜଣଙ୍କର ମୃତ ଶରୀର ଉଦ୍ଧାର ହେବା ସହ ୩୧ ଜଣ ନିଖୋଜ ରହିଥିବା ଉଦ୍ଧାରକାରୀଦଳ ଗଣମାଧ୍ୟମକୁ କହିଛନ୍ତି। ଦୁଇ ଦିନ ପୂର୍ବରୁ ଝଡ଼ ଆସିଥିଲା। ଏହି ଝଡ଼ର ଶିକାର ହୋଇଥିଲେ ମତ୍ସ୍ୟଜୀବୀମାନେ। ଉଦ୍ଧାର କାର୍ଯ୍ୟ ସମୟରେ ଜାହାଜରେ ଥିବା ସମୁଦାୟ ୮୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ୨୪ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ଏହଂ ୩୧ ଜଣ ନିଖୋଦ ଥିବା ଜଣାପଡ଼ିଛି। ଏହି ମିଶନରେ ଏକ ହେଲିକପ୍ଟର, ବିମାନ ଏବଂ ଜାହାଜ ସାମିଲ ହୋଇଥିଲା।