Odiapua.com

ଅଶାନ୍ତ ଇରାକ : ପ୍ରଦର୍ଶନକାରିଙ୍କ ଉପରେ ସୁରକ୍ଷା ବଳର ଆଖିବୁଜା ଗୁଳିଚାଳନା – ୪୫ ମୃତ

ନୂଆ ଦିଲ୍ଲୀ ୨୯-୧୧ (ଓଡ଼ିଆ ପୁଅ) ବେରୋଜଗାରୀ, ଜନ ସୁବିଧା ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ପ୍ରଦର୍ଶନ କରୁଥିବା ପ୍ରଦର୍ଶନକାରିଙ୍କ ଉପରେ ଇରାକ ସୁରକ୍ଷା ବଳରଆଖିବୁଜା ଗୁଳିଚାଳନା କରିବା ଫଳରେ ୪୫ଜଣଙ୍କର ମୃତ୍ୟୁ ହୋଇଥିବାର ଖବର ଦି ଗାର୍ଡ଼ିଆନ୍ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଅତି କମରେ ୪୫ ଜଣ ପ୍ରଦର୍ଶନକାରୀଙ୍ୁ ଗୁଳି କରାଯିବା ଦ୍ୱାରା ମୃତ୍ୟୁ ହୋଇଛି। ନଜଫରେ ଇରାନୀ ବାଣିଜ୍ୟ ଦୂତାବାସରେ ଅଗ୍ନିକାଣ୍ଡ ଘଟାଇଥିବାରୁ ଏହି ଘଟଣା ଘଟିଛି। ଦକ୍ଷିଣ ସହର ନାସିରିୟା ଅତି କମରେ ୨୯ଜଣଙ୍କର ଙ୍କର ମୃତ୍ୟୁ ହୋଇଛି। ଗୁରୁବାରଦିନ ସକାଳେ ଏକ ପୋଲକୁ ଅବରୁଦ୍ଧ କରୁଥିବା ପ୍ରଦର୍ଶନକାରିମାନେ ପୋଲିସ ଷ୍ଟେସନ ବାହରେ ଏକତ୍ର ହୋଇଥିଲେ ସେହି ସମୟରେ ପୁଲିସ ସେମାନଙ୍କ ଉପରେ ଗୁଳି ଚଳାଇଥିଲା। ଅନେକ ଏହି ଘଟଣାରେ ଆହତ ହୋଇଛନ୍ତି।