Odiapua.com

ଅଵସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ସମ୍ବର୍ଦ୍ଧିତ

ତାଳଚେର,ପରଜଙ୍ଗ,୧୯/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କରୋନା ମୁକାବିଲାରେ ଜନଭାଗିଦାରୀ ବଢାଇବା ଏବଂ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି। ଏଥିରେ ସାମିଲ ହୋଇ ଓଡିଶାର ଵରପୂତ୍ର ଭାରତଵର୍ଷର ଉଜ୍ଵଳାପୁରୁଷ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଗୁରୁଜନ,ଭାଇ ଓ ଭଉଣୀମାନଙ୍କୁ ମାସ୍କକୁ ଠିକ୍ ଭାବରେ ପିନ୍ଧିବା,ସାମାଜିକ ଦୂରତା ବଜାୟ ରଖିବା,ହାତକୁ ସାବୁନ ସାନିଟାଇଜର ବ୍ୟବହାର କରି ସଫା ରଖିବା,କରୋନା ଟିକା ବାହାରିବା ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାପାଇଁ ନିବେଦନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏ ବିରାଟ ଜନଭାଗିଦାରୀ ଆନ୍ଦୋଳନରେ ସାମିଲ ହେବାକୁ ଦେଇଥିବା ଆହ୍ଵାନ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଥିବା ନିବେଦନରେ ଢେଙ୍କାନାଳ ଜିଲ୍ଲା, ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ,ପର୍ଜଙ୍ଗ ବ୍ଲକ,ମୁକ୍ତାପଶି ଗ୍ରାମପଞ୍ଚାୟତ, ମୁକ୍ତାପଶି ଗ୍ରାମ,ମଝିଖମଣ ସାହିର ବରେଣ୍ଯ,ବନ୍ଦନୀୟ, ସ୍ମରଣୀୟ,ଅଭିନନ୍ଦନୀୟ,ଅଭିପ୍ରେରିତ ,ସମର୍ପିତ, ଆଦର୍ଶର ମୃର୍ତ୍ତିମନ୍ତ ପ୍ରତୀକ ଛାତ୍ରବତ୍ସଳ ଶିକ୍ଷକ ତଥା ସର୍ବୋପରି ସାମ୍ପ୍ରତିକ କାଳରେ ଯାହାଙ୍କ ପ୍ରେରଣା ଉତ୍ସାହ ଉଦ୍ଦୀପନା ଲାଭ କରି ସୁସ୍ଥ ପ୍ରାଣରେ ସମସ୍ତ ଛାତ୍ର ସମାଜ,ଯୁବସମାଜ ଅଭିଭାବକମାନଙ୍କ ଠାରେ ସ୍ପନ୍ଦନ ସୃଷ୍ଟି ହୋଇଅଛି । ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀ ଜନସାଧାରଣ ବୁଦ୍ଧିଜୀବୀ,ଛାତ୍ର,ଅଭିଭାବକ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଅଵସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ସମାଜସେଵକ,କବି,ସାହିତ୍ୟିକ,ଭାଗବତ ପାଠକ,ବୁଦ୍ଧିଜୀବୀ ଶୈଳ କୁମାର ସାହୁ ଉକ୍ତ ଆହ୍ୱାନରେ ଅନୁପ୍ରାଣିତ ହୋଇ କରୋନା ମୁକାବିଲାରେ ଭାଗିଦାରୀ ବଢ଼ାଇବା ଜନ ଆନ୍ଦୋଳନରେ ସାମିଲ ହୋଇ କୋରନା ସଚେତନତା ବାର୍ତ୍ତା ନିଜ ଗାଁ ରେ ନିଜ ଅଞ୍ଚଳରେ ପହଞ୍ଚାଇ ସମସ୍ତଙ୍କ ପାଇଁ ଆଦର୍ଶ ସାଜିଛନ୍ତି,ଏହି ଅବସରରେ ଵିଜେପି ନମୋ ଇଣ୍ଡିଆ ୨୦୨୪ ମିଶନ ଓଡିଶା ଓ ରାଷ୍ଟ୍ରୀୟ ଗୋ ସୁରକ୍ଷା ବାହିନୀ ସେବା ସଂଘ ଢେଙ୍କାନାଳ ଜିଲ୍ଲା ପରିବାର ତରଫରୁ ଜିଲ୍ଲା ସଭାପତି ଇଞ୍ଜିନିୟର ହିମାଦ୍ରି ଦାସ ଓ ଜିଲ୍ଲା ସାଧାରଣ ସମ୍ପାଦକ ଗଣେଶ ମହାକୁଡ ଦୁଇ ଯୁଵ ନେତା ଶୈଳ କୁମାର ସାହୁଙ୍କ ପୈତୃକ ମୁକ୍ତାପଶି ଗ୍ରାମ ମଝିଖମଣ ସାହି ସ୍ଥିତ ବାସଭବନରେ ପହଞ୍ଚି ଆଦର୍ଶ ଓ ପ୍ରେରଣାର ପ୍ରତୀକ ଶୈଳ କୁମାର ସାହୁ ମହୋଦୟଙ୍କୁ କୋଟି କୋଟି ପ୍ରଣାମ ଜଣାଇ ତାଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରି,ତାଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇ ତାଙ୍କର ଦୀର୍ଘ ନିରାମୟ ସୁସ୍ଥ ଜୀବନ କାମନା କରି ଉତ୍ତରୀୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।