Odiapua.com

ଅଳାଉତୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ, ବିଦ୍ୟାଳୟ ଜ୍ଞାନରୁପି ମନ୍ଦିର-ବ୍ଲକ ଶିକ୍ଷାଧିକାରୀ

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ରାମପୁର ପଞ୍ଚାୟତ ଅଳାଉତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକ, ମୁଖ୍ୟବକ୍ତା ଭଦ୍ରକ ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭଦ୍ରକ ଗୋଷ୍ଠୀ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ହରେକୃଷ୍ଣ ଆପଟ୍ଟ, ବୈଜ୍ଞାନିକ ଡ଼ ନିର୍ମଳ କୁମାର ଭୂୟାଁ, ରାମପୁର ସରପଞ୍ଚ ଗିରିଧାରି ସାହୁ, ଆଲୁମୁନି କମିଟି ସଭାପତି ଜିତେନ୍ଦ୍ର ନାୟକ, ବନ୍ତ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବାଲୁକେଶ୍ୱର ସାଧନକେନ୍ଦ୍ର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ହେଉଛି ଜ୍ଞାନର ମନ୍ଦିର ଏଠାରେ ଶିକ୍ଷାଦନ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଦେବାଳୟର ଠାକୁର ପରି ମାନିଲେ ଜୀବନରେ ସଫଳତା ମିଳିବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଭଲ ମଣିଷ ହୋଇ ପାରିବେ ବୋଲି କହିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସୁବାଶିନୀ ଘଡ଼େଇ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ରଖିଥିବା ବେଳେ ଶେଷରେ ଶିକ୍ଷକ ଅଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ କେଦାରେଶ୍ୱର ମହାନ୍ତି, ସତ୍ୟବ୍ରତ ଭୂୟାଁ, ନୃସିଂହ ଚରଣ ସାହୁ, ଶିଶିର କୁମାର ଶଂଙ୍ଖୁଆ, ଜାନକୀଲତା ଦାସ, ସସ୍ମିତା ସାହୁ, ଅରୁଦ୍ଧତି ଦାସ, ପ୍ରିୟଙ୍କା ଲେଙ୍କା, ରୋଜାଲିନ ବେହେରା, ନିହାରିକା ଖଟୁଆ,ଅଜୟ କୁମାର ଜେନା, ସୁମତି ଲତା ଜେନା, ସୁବନ କୁମାର ଜେନା, ମମତା ମଞ୍ଜରୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।