କେନ୍ଦ୍ରାପଡ଼ା, ୬ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଚିର ବନ୍ୟା, ବାତ୍ୟା ପ୍ରପିଡିତ ଅଳପୁଆ ପଞ୍ଚାୟତ ଅଧିବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ସତ୍ୱେ ହାଇସ୍କୁଲ ପରିସରରେ ଏକ ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଦାବି ପ୍ରଶାସନର କାଳ କ୍ଷେପଣ ନୀତି ପଟ୍ଟାମୁଣ୍ଡାଇ ଧୈାୟାଞ୍ଚଳର ଅଧିବାସୀମାନଙ୍କୁ ନିରାଶ କରିଛି। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ନିର୍ମିତ ହୋଇଥିବା ଆଶ୍ରୟସ୍ଥଳକୁ ସୁରକ୍ଷା ଦୃଷ୍ଟିକୋଣରୁ ଭାଙ୍ଗି ଦିଆଯାଇଥିଲା। କାରଣ ସଂପୃକ୍ତ କୋଠାର ନିର୍ମାଣ କାର୍ଯ୍ୟ ନିମ୍ନମାନର ଥିଲା। ତେବେ ସେହି ସ୍ଥାନରେ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ପ୍ରଶାସନର ପ୍ରତିଶୃତି ପାଣିରେ ଗାର ସଦୃଶ ହୋଇଛି। ଏଥିପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ଏସମ୍ପର୍କରେ ଅଳପୁଆବାସୀଙ୍କ ପକ୍ଷରୁ ପ୍ରଶାସନ ଓ ନେତୃମଣ୍ଡଳୀଙ୍କୁ ବାରମ୍ବାର ଅବଗତ ମଧ୍ୟ କରାଯାଇଛି। କିନ୍ତୁ ଅଦ୍ୟାବଧି କୈାଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅଳପୁଆ ପଞ୍ଚାୟତ ଅଧିବାସୀଙ୍କ ପକ୍ଷରୁ ସମାଜସେବୀ ଅକ୍ଷୟ କୁମାର ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।
ଅଳପୁଆ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଦାବି ଜୋର ଧରିଲା
