Odiapua.com

ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀର ପୁରସ୍କାର ବିତରଣ ଉତ୍ସବ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ମାଲକାନଗିରି, ୬ା୧୦(ଓଡିଆ ପୁଅ ) ରାଜ୍ୟ ଓ ଜାତୀୟସ୍ତରରେ ସ୍ବର୍ଣ୍ଣ, ରୌପ୍ୟ, ତାମ୍ର ପଦକ ହାସଲ କରିଥିବା ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ୪୦ଜଣ ଆଦିବାସୀ ଓ ହରିଜନ ଛାତ୍ର ଛାତ୍ରୀ ମାନଙ୍କୁ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ପକ୍ଷରୁ ସମ୍ମାନିତ ସହ ପୁରସ୍କୃତ କରାଯାଇଛି। ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀର ସଭାପତି ରତ୍ନାକରଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲାସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣା ଗଣ୍ଡ, ସମ୍ମାନିତ ଅତିଥିଭାବେ ତହସିଲଦାର ତଥା ଜିଲ୍ଲାସୂଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧୀ ନାୟକ, ସମାଜ ସେବୀ କେ.ଦେଶୀରୁଜା ଆଚାରୀ ଯୋଗଦେଇ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ପଦକ ହାଲକରି ଜିଲ୍ଲାପାଇଁ ଗୌରବ ଆଣିଥିବା ଲକ୍ଷ୍ଣୀସୋଡି, ରଶ୍ମି ମାଡକାମି, ମାଶିହନ୍ତାଳ, ଗୁନୁଗୋଲରୀ, ସୁମିତ୍ରା ମାଡକାମି, ରାମଶିଶା, ଶୁକ୍ରା କ୍ରୀସାନୀ, ରାମ ମାଡକାମି, ମନ ମାଢି, ଗୁଜୁଂମୁଦୁଲି, ଚନ୍ଦ୍ର ଖେମୁଡୁ, ମମତା ଧରମା ଙ୍କ ସହ ୪୦ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରିବାସହିତ ପୁରସ୍କୃତ କରିଥିଲେ। ସଭା ପ୍ରାରମ୍ଭରେ ଅଲଓଡିଶା ମାର୍ଶଲଆର୍ଟ ଏକାଡେମୀ ଓ ଜୁଡୋ ଏକାଡେମୀର ମୁଖ୍ୟ ପ୍ରତିଷ୍ଠାତା ବିନାଶକୁମାର ମିଶ୍ର ଏକାଡେମୀର ଆଭିମୁଖ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କ ସଫଳତା ସଂପର୍କରେ ସୂଚନା ଦେଇଥିଲେ। ସୁନ୍ଦରଗଡ ଜିଲ୍ଲାକୁ ବଦଳି ହୋଇ ଯାଉଥିବା ପିଏ ଆଇଟିଡିଏ ରାମକ୍ରୀଷ୍ଣା ଗଣ୍ଡଙ୍କୁ ଏହି ଅବସରେ ସମ୍ମାନିତ କରାଯିବା ସହିତ ତାଙ୍କୁ ଛାତ୍ର ଛାତ୍ରୀ ମାନେ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ। ଆଓମା ସଂସ୍ଥାପକ୍ଷରୁ ଶ୍ରୀ ଗଣ୍ଡଙ୍କ ଉଲେଖ୍ୟନିୟ କାର୍ଯ୍ୟ ପାଇଁ ଏକାଡେମୀ ପକ୍ଷରୁ ଏକ ମାନପତ୍ର ପ୍ରଦାନସହିତ ଉପଢୌକନ ଦିଆ ଯାଇ ସମ୍ମାନିତ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଆଲଓଡିଶା ମାର୍ଶଲଆର୍ଟ ଏକାଡେମୀ ଓ ଜୁଡୋ ଆସୋସିଏସନ ରେ ତାଲିମ ନେଇ ଶତାଧିକ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟ ତଥା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କାର ପାଇ ଜିଲ୍ଲାର ଗୌରବ ଆଣୁଥିବା ବେଳେ ବହୁ ପୁରାତନ ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀ ପ୍ରତି ଜିଲପ୍ରଶାସନ କି ରାଜ୍ୟସରକାର ଗୁରୁତ୍ୱ ଦେଉନଥିବାରୁ ଉକ୍ତ ଏକେଡେମୀଟି ଚଳାଇବା ବହୁ କଷ୍ଟକର ହୋଇପଡୁଛି। ଏହି ଏକାଡେମୀ ପ୍ରତି ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ଆର୍ଥିକ ଅନୁଦାନ ଦେଲେ ଏଠାରୁ ଅନେକ ଆଦିବାସୀ ଛାତ୍ର ଓ ଛାତ୍ରୀ ମାନେ ଜାତୀୟ, ଆନ୍ତର୍ଜାତୀୟସ୍ତର ପ୍ରତି ଯୋଗୀତା ସହିତ ଏସିଆନ ଗେମ୍‌ ଓ ଅଲମ୍ପିକରେ ଭାଗନେଇ କୃତକାର୍ଯ୍ୟ ହାସଲକରି ଜିଲ୍ଲାର ସୁନାମ ଆଣିପାରନ୍ତେ ବୋଲି ଜିଲ୍ଲାର କ୍ରୀଡାବିତ ମାନେ କହିଛନ୍ତି।