ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ ଖେଳ ପଡିଆ ଠାରେ ରେ “ଅଲ ଓଡିଶା ଦୀପକ ମେମୋରାଲ କ୍ରିକେଟ ଟ୍ରୁନାମେଣ୍ଟ “ପଞ୍ଚ ଦିବସୀୟର ଉଦଘାଟନ ହୋଇଯାଇଛି । ଏଇ କ୍ରିକେଟ ମ୍ୟାଚ କୁ ପରିଚାଳନା କରୁଛନ୍ତି ଅମ୍ପାୟାର ବୃହସ୍ପତି ନାୟକ ଓ ବିପଦ ଜେନା । ଏଇ ପଞ୍ଚଦିବସୀୟ ଟ୍ରୁନାମେଣ୍ଟ ରେ ୮ ଟି କ୍ରିକେଟ ଟିମ ଅଂଶଗ୍ରହଣ କରିବେ । ତା ୨୮/୧୨/୨୫ ରିଖରେ ୪ ଟି ଟିମ, ଆସନ୍ତା କାଲି ତା ୨୯/୧୨/୨୫ ରେ ୪ ଟି ଟିମ ଖେଳିବେ । ପ୍ରତ୍ୟେକ ଦଳ ୧୨ଓଭର ଲେଖାଏଁ ଖେଳିବେ। ଆଜି ପ୍ରଥମେ ଯାଜପୁରର ଫାଇଟର ଏକାଦଶ କ୍ରିକେଟ ଦଳ ସହିତ ଭଦ୍ରକ ଜିଲ୍ଲା ବାରୋ ମା ମନ୍ତ୍ରବାସୁଳି ଏକାଦଶ କ୍ରିକେଟ ଦଳର ଖେଳ ଆରମ୍ଭ ହୋଇଛି । ପ୍ରଥମେ ମା ମନ୍ତ୍ରାବାସୁଳି ବାରୋ କ୍ରିକେଟ ଦଳ ଟଚ ଜିତି ବ୍ୟାଟିଙ୍ଗ କରିଥିଲା ।ଦ୍ୱିତୀୟ ପାଳିରେ ଆଉ ଦୁଇ କ୍ରିକେଟ ଦଳ ଗଙ୍ଗଷ୍ଟାର ଏକାଦଶ ସହ ଗୁଡ଼ୁପୋଖରୀ ପ୍ରୋ ଫାଇଟର ଏକାଦଶର ଖେଳ ଆରମ୍ଭ ହୋଇଥିଲା। ତା ୨୯ /୧୨ /୨୫ ଦିବା ଦଶ ଘଟିକାରେ ବନସର ବାପୁଲା ଗେମ ଚେଞ୍ଜର ସହିତ ଅର୍ଣ୍ଣପାଳ ମହାବୀର ୱାରିଆର ଓ ଦ୍ୱିତୀୟ ପାଳିରେ ଅସୁରାଳି ପ୍ରତାପ ଏକାଦଶ ଷ୍ଟାର ସହିତ ଲେଙ୍କା ସାହି ଲକ୍ଷେଶ୍ୱର କ୍ରିକେଟ ଦଳ ସମ୍ମୁଖୀନ ହେବ। ଏ ଚାରୋଟି ଦଳ ଭିତରୁ ଯେଉଁମାନେ ଜିତିବେ ସେଇ ମାନେ ୩୦/୧୨/୨୫ ରେ ସେମିଫାଇନାଲ ଖେଳିବେ। ଏଇ ଦଳ ମାନଙ୍କ ଭିତରୁ ଯେଉଁ ମାନେ ଜିତିବେ ସେମାନେ ଆସନ୍ତା ନବବର୍ଷ ତା୧ /୦୧ /୨୦୨୬ ରେ ଫାଇନାଲ ଖେଳିବେ।