Odiapua.com

ଅଲ ଇଣ୍ଡିଆ ଫରୱାଡ଼ ବ୍ଲକର କାର୍ଯ୍ୟକର୍ତା ଚୟନ ସମ୍ମିଳନୀ

ପୋଲସରା ୧୬-୯ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) ପୋଲସରା ବ୍ଲକ ଅନ୍ତର୍ଗତ ମାତୃଶକ୍ତି କଲ୍ୟାଣ ମଣ୍ଡପଠାରେ ଅଲ ଇଣ୍ଡିଆ ଫରୱାଡ଼ ବ୍ଲକ ଗଞ୍ଜାମ ତରଫରୁ ଏକ ସମ୍ମିଳନୀ ସହ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ କୁ ଗଞ୍ଜମ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ବ୍ୟକ୍ତି ଉକ୍ତ ବୈଠକରେ ଯୋଗ ଦେଇଥିଲେ।ଫରୱାଡ଼ ବ୍ଲକ ତରଫରୁ ଜିଲ୍ଲା ସମ୍ପାଦକ ସମରଜିତ ମହାନ୍ତି ଙ୍କ ନେତୃତ୍ୱରେ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଅଲ ଇଣ୍ଡିଆ ଫରୱାଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ମୁଖ୍ୟବକ୍ତା ,ଯୁବ ସଂଘଟକ ଯୋଗେନ୍ଦ୍ର ପାଢ଼ୀ, ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ ଏହି ସଂଘଠନ ତରଫରୁ ଉପସ୍ଥିତ ଥିବା ବ୍ୟକ୍ତିମାନେ ଓଡିଶା ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସମାଲୋଚନା କରିବାକୁ ପଛାଇ ନଥିଲେ ୨୦୨୪.ନିର୍ବାଚନକୁ ଆଖି ବନ୍ଦ ରଖି ଅଲ ଇଣ୍ଡିଆ ଫରୱାଡ଼ ବ୍ଲକ ନିଜଆଡୁ ବିଭିନ୍ନ ସଂଘଠନ ମାନ ଆରମ୍ଭ କରିବାରେ ଲାଗିଅଛି।ସେଥିପାଇଁ ପୋଲସରା ଅଞ୍ଚଳରେ ବିଭିନ୍ନ ସଂଘଠନ ତଥା (ଛାତ୍ର ଓ ୟୁଥ)ମାନ ଆରମ୍ଭ କରିଅଛି।ଏହି ଦୁଇ ସଂଘଠନ ପାଇଁ ଏଗାର ଜଣିଆ ଓ ସାତ ଜଣିଆ କମିଟି ମାନ ଗଠନ କରି ସଭାପତି ଓ ସମ୍ପାଦକ ସର୍ବ ସମ୍ମତି କ୍ରମେ କମିଟି ମାନଙ୍କ ଜରିଆରେ ଚୟନ କରାଯାଇ ଅଛି ,ଅଗାମୀ ଦିନରେ ଅଲ ଇଣ୍ଡିଆ ଫରୱାଡ଼ ବ୍ଲକ ଲୋକ ମାନଙ୍କ ପାଇଁ ଆଠ ଦଫା ଦାବିନେଇ ଆଗାମୀ ଦିନରେ ସରକାରଙ୍କୁ ଘେରିବେ ବୋଲି କାର୍ଯ୍ୟକ୍ରମରେ ପ୍ରକାଶ କରିଛି।