Odiapua.com

ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସର୍ବନିମ୍ନ ମାସିକ ପେନସନ ୯ ହଜାର ଟଙ୍କା ପ୍ରଦାନ, ସେମାନଙ୍କୁ ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇଦେବା, ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ଭଳି ବହୁବିଧ ସମସ୍ୟା ପୂରଣ ଦାବିରେ ଆଜି ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥି ଉପଲକ୍ଷେ ଜିଲା ସଂଘର ସଭାପତି କୁଞ୍ଜବିହାରୀ ନାୟକଙ୍କ ନେତୃତ୍ୱରେ ବହୁ ଇପିଏଫ୍ ପେନସନ ଉପଭୋକ୍ତା ବନ୍ତଛକ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ସହର ପରିକ୍ରମା ପୂର୍ବକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବଂ ସଂଘ ପକ୍ଷରୁ ଉପରୋକ୍ତ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ସଂଘର କର୍ମକର୍ତ୍ତାମାନେ । ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଅଧିବକ୍ତା ଦିବ୍ୟସିଂହ ନାୟକ, ଅକ୍ଷୟ ମହାପାତ୍ର, ମୃତ୍ୟୁଞ୍ଜୟ ମହାପାତ୍ର, ମନୋରଂଜନ ନାୟକ, ଜଗତାନନ୍ଦ ମହାନ୍ତି, କାଳନ୍ଦୀ ପାତ୍ର, ସନ୍ତୋଷ ଦାସ, ରାମଚନ୍ଦ୍ର ପଣ୍ଡା, ଅଜୟ କୁମାର କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ ।