Odiapua.com

ଅଲ୍ ଓଡ଼ିଶା ଚିତ୍ର କଳାଶିଳ୍ପୀ ସଂଘର ହରିଚନ୍ଦନପୁର ବ୍ଲକସ୍ତରୀୟ କର୍ମଶାଳା

ହରିଚନ୍ଦନପୁର,ତା ୨୯ ଅଗଷ୍ଟ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ଅଲ୍ ଓଡିଶା ଚିତ୍ର କଳାଶିଳ୍ପୀ ସଂଘ ପକ୍ଷରୁ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୁଣ୍ଡିଚାଘାଗି ଜଳ ପ୍ରପାତ ନିକଟରେ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ଟିକୁ ସ୍ଥାନୀୟ ସଭାପତି ପ୍ରଦିପ କୁମାର ନାଏକଙ୍କ ସଭାପତିତ୍ବରେ କର୍ମଶାଳାଟି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ହରିଚନ୍ଦନପୁର ବ୍ଲକର ଥିବା ସମସ୍ତ କଳାକାର ଭାଇମାନେ ଯୋଗ ଦେଇଥିଲେ । ଏହି କର୍ମଶାଳାର ମୂଳ ଲକ୍ଷ୍ୟ ବ୍ଲକରେ ଥିବା ସମସ୍ତ କଳାକାରଙ୍କୁ ଚିହ୍ନଟ କରାଯାଇ ଆଗାମୀ ଦିନରେ ସରକାରୀ ଯୋଜନାରେ ସାମିଲ କରାଯିବା ନିମନ୍ତେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା । ସମ୍ପାଦକ ପ୍ରଫୁଲ୍ଲ କୁମାର ବଳ, କେନ୍ଦୁଝର ଜିଲ୍ଲା ସଭାପତି ଗୁରୁଚରଣ ପାତ୍ର, ସମ୍ପାଦକ ସଞ୍ଜୟ କୁମାର ନାଏକ, ସଦସ୍ୟ କୁଳମଣୀ କର, ପ୍ରତାପ ସାହୁ, ରଞ୍ଜିତ ନାଏକ, ଦିବାକର ମହାକୁଡ଼, ଫକିର କିସାନ୍, ବିଜୟ ପାତ୍ର, ପୁଲସ୍ତ ନାଏକଙ୍କ ସହଯୋଗରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।