Odiapua.com

ଅଲ୍ପେଶ ଠାକୁର କଂଗ୍ରେସ ଛାଡ଼ିଲେ, କ’ଣ କହିଲେ ଶୁଣନ୍ତୁ

ଅହମ୍ମଦାବାଦ୍ ୫ ଜୁଲାଇ (ଓଡ଼ିଆ ପୁଅ) ଗୁଜରାଟରେ ଗତ ନିର୍ବାଚନ ପୂର୍ବରୁ ଅଲ୍ପେଶ ଠାକୁର କଂଗ୍ରେସରେ ଯୋଗ ଦେଇଥିଲେ। କିନ୍ତୁ ସେ ଆଜି କଂଗ୍ରେସରୁ ଇସ୍ତପା ଦେଇଛନ୍ତି। ଅଲ୍ପେଶ ଠାକୁର କହିଛନ୍ତି କି ମୁଁ ରାହୁଲ ଗାନ୍ଧୀଙ୍କ ଉପରେ ବିଶ୍ଵାସ କରି କଂଗ୍ରେସରେ ଯୋଗ ଦେଇଥିଲି। କିନ୍ତୁ ଦୁର୍ଭାଗ୍ୟର କଥା କି ସେ ଆମ ପାଇଁ କିଛି କଲେନାହିଁ।

ଗୁଜରାତରେ ରାଜ୍ୟସଭାର ଦୁଇଟି ଆସନ ପାଇଁ ଶୁକ୍ରବାରଦିନ ଉପନିର୍ବାଚନ ହୋଇଛି। ଏହି ନିର୍ବାଚନ ପାଇଁ କଂଗ୍ରେସ ହ୍ୱିପ ଜାରୀ କରିଛି। ହ୍ୱିପ ଜାରୀ କରିବା ପରେ ମଧ୍ୟ କଂଗ୍ରେସର ଦୁଇଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି। କଂଗ୍ରେସର ସମସ୍ତ ପଦରୁ ଇସ୍ତପା ଦେଇସାରିଥିବା ବାଗୀ ବିଧାୟକ ଅଲ୍ପେଶ ଠାକୁର ଏବଂ ଜଣେ ଅନ୍ୟ ବିଧାୟକ ଧବନ ଝାଲା ବିଜେପି ସପକ୍ଷରେ ଭୋଟିଂ କରିଛନ୍ତି। କେବଳ ସେତିକି ନୁହେଁ କ୍ରସ ଭୋଟିଂ ପରେ ଅଲ୍ପେଶ ନିଜର ବିଧାୟକ ପଦରୁ ଇସ୍ତପା ଦେଇଛନ୍ତି।

ଇସ୍ତପା ଦେବା ପରେ ଠାକୁର କହିଲେ କି- ‘ମୋର ଅନ୍ତର ଆତ୍ମାର ସ୍ୱରରୁ ମତଦାନ କରିଛି ଏବଂ ରାଷ୍ଟ୍ରୀୟ ନେତୃତ୍ଵକୁ ଧ୍ୟାନରେ ରଖିକରି କରିଛି। ଯେଉଁ ପାର୍ଟିର ଜନ ଆଧାର ରସାତଳକୁ ଚାଲିଯାଇଛି ଏବଂ ଯେଉଁ ପାର୍ଟୀ ଆମ ସହିତ ଦ୍ରୋହ କରିଛି ତାକୁ ନଜରରେ ରଖି କରିଛି।’

ଆମେ ବାରଂବାର ଅପମାନିତ ହେଉଛୁ
ଅଲ୍ପେଶ ଠାକୁର ନେ କହିଲେ କି- ମୁଁ ରାହୁଲ ଗାନ୍ଧୀଙ୍କ ଉପରେ ବିଶ୍ଵାସ କରି କଂଗ୍ରେସ ଜଏନ କରିଥିଲି। କିନ୍ତୁ ଦୁର୍ଭାଗ୍ୟର କଥା କି ସେ ଆମ ପାଇଁ କିଛି କଲେନାହିଁ। ଆମେ ବାରଂବାର ଅପମାନିତ ହେଉଛୁ। ସେଥିପାଇଁ ମୁଁ କଂଗ୍ରେସ ବିଧାୟକ ପଦରୁ ଇସ୍ତପା ଦେଇଛି।

ସପ୍ତାହେ ପୂର୍ବରୁ ହିଁ ଦେଇଥିଲେ ଇସ୍ତପା ଉପରେ ସ୍ପଷ୍ଟୋକ୍ତି
ନିକଟରେ କଂଗ୍ରେସ ଅଲ୍ପେଶ ଠାକୁରଙ୍କର ବିଧାୟକ ରଦ୍ଦ କରିବାକୁ ନେଇକରି ଗୁଜରାତ ହାଇକୋର୍ଟରେ ଅର୍ଜୀ ଦେଇଥିଲେ। ଏହା ପରେ ଠାକୁର ସ୍ପଷ୍ଟ କରିଥିଲେ କି ସେ କେବଳ ନିଜର ପଦରୁ ଇସ୍ତପା ଦେଇଛନ୍ତି, ପାର୍ଟୀରୁ କେବେହେଲେ ଇସ୍ତପା ଦେଇନାହାଁନ୍ତି। ତଥାପି କେଉଁ ଆଧାରରେ ବିଧାୟକ ପଦ ରଦ୍ଦ କରିବାପାଇଁ କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହି ଘଟଣାର ପ୍ରାୟତଃ ଏକ ସପ୍ତାହ ପରେ ହିଁ ଅଲ୍ପେଶ ଠାକୁର ବିଧାୟକ ପଦରୁ ମଧ୍ୟ ଇସ୍ତପା ଦେଇଛନ୍ତି।

କଂଗ୍ରେସକୁ ପୂର୍ବରୁ ହିଁ ଥିଲା କ୍ରସବୋଟିଂର ଡର

ଏହା ପୂର୍ବରୁ ଖବର ଆସିଥିଲା କି ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ପୂର୍ବରୁ ହିଁ କ୍ରସ ଭୋଟିଂର ଡର ଡରାଉଥିଲା। ଏଥିପାଇଁ ସେ ନିଜର ବିଧାୟକଙ୍କୁ ରାଜ୍ୟରୁ ବାହରକୁ ନେବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ। ଅବଶ୍ୟ କଂଗ୍ରେସ ବିଧାୟକମାନେ କହିଥିଲେ କି ସେ ଗୋଟିଏ ଦିନ ପାଇଁ ଶିବିରରେ ଭାଗ ନେବାପାଇଁ ଯାଉଛନ୍ତି।

କୁହାଯାଇପାରେଯେ, ଅମିତ ଶାହା ଏବଂ ସ୍ମୃତି ଇରାନୀ ଲୋକସଭା ସାଂସଦ ଭାବେ ନିର୍ବାଚିତ ହେବା ପରେ ଗୁଜରାତର ଦୁଇଟି ରାଜ୍ୟସଭା ଆସନ ଖାଲି ହୋଇଥିଲା। ଏହା ଉପରେ ଆଜି ଭୋଟିଂ ହୋଇଛି। ବିଜେପି ଏଠାରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜୁଗଲ ଠାକୁରଙ୍କୁ ପ୍ରାର୍ଥୀ କରିଛି। ଅପର ପକ୍ଷରେ କଂଗ୍ରେସ ତରଫରୁ ଗୌରବ ପାଣ୍ଡ୍ୟା ଏବଂ ଚନ୍ଦ୍ରିକା ବେନ ଚୂଡାସମା ପ୍ରାର୍ଥିୀ ହୋଇଛନ୍ତି।