Odiapua.com

ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀରେ ଦୀପାବଳି ଭେଟଘାଟ

ମାଲକାନଗିରି,୨୭ା୧୦(ଓଡିଆ ପୁଅ ) ରାଜ୍ୟ ଓ ଜାତୀୟସ୍ତରରେ ସୁନାମଅର୍ଜନ କରିଥିବା ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ପକ୍ଷରୁ ଏକାଡେମୀ ପରିସରରେ ପବିତ୍ର ଦୀପାବଳି ଉତ୍ସବକୁ ସ୍ୱାଗତ ଜଣାଇ ଦୀପାବଳି ଭେଟଘାଟ ଅନୁଷ୍ଟିତ ହୋଇ ଯାଇଛି । ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀ ର ସଭାପତି ରତ୍ନାକରଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଭେଟଘାଟ ଉତ୍ସବରେ ମୁଖ୍ୟଅତିଥି ଭାବେ ତହସିଲଦାର ତଥା ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଡ.ଗୁଣନିଧୀ ନାୟକ ,ସମ୍ମାନିତ ଅତିଥି ଭାବେ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମାନସ କୁମାର ମିଶ୍ର,ଚିତ୍ରକୋଣ୍ଡା ବିଡିଓ ତଥା ଚଳଚିତ୍ର ଅଭିନେତା ଲରିମନଖସଲା,ଏପିଡି ବାଲାଜି ପଟନାୟକ,ଏପିଡି ପବିତ୍ରମୋହାନ ବାରା, ଏପିଡି ହିମାଶୁଂମହାରଣା,ଏପିଡି ସାସ୍ୱତୀ ସାହୁ,ସମାଜ ସେବୀ କେ.ଦେଶୀରୁଜୁ ଆଚାରୀ.ଜୟନ୍ତୀବୁରୁଦା ଯୋଗଦେଇ ଦିପାବଳି ଉତ୍ସବ ର
ତାତ୍ପର୍ଯ୍ୟତା ସଂପର୍କରେ କହିବା ସହିତ ରାଜ୍ୟ ତଥା ଜାତୀୟ ସ୍ତରରେ ବିଭିନ୍ନ ପଦକ ହାସଲକରି ଜିଲ୍ଲାପାଇଁ ଗୌରବ ଆଣିଥିବା ଲକ୍ଷ୍‌ମିସୋଡି,ରଶ୍ମି ମାଡକାମି, ମାଶିହନ୍ତାଳ,,ସୁମିତ୍ରାମାଡକାମି,ରାମଶିଶା,ଶୁକ୍ରାକ୍ରୀସାନୀ,ରାମମାଡକାମି,ମନ ମାଢି,ଙ୍କ ସହ ଅନ୍ୟାନ କୃତି ଛାତ୍ର ଛାତ୍ରୀ ମାନଙ୍କ ବହୁମୁଖି ପ୍ରତିଭା କୁ ପ୍ରସଶାଂ କରି ସେମାନଙ୍କୁ ସମ୍ମାନିତ କରିଥିଲେ । ସଭା ପ୍ରାରମ୍ଭରେ ଅଲଓଡିଶା ମାର୍ଶଲଆର୍ଟ ଏକାଡେମୀ ଓ ଜୁଡୋ ଏକାଡେମୀର ମୁଖ୍ୟ ପ୍ରତିଷ୍ଠାତା ବିନାଶକୁମାର ମିଶ୍ର ଏକାଡେମୀର ଆଭିମୁଖ୍ୟ ଓ ଛାତ୍ର ଛାତ୍ରୀ ମାନଙ୍କ ସଫଳତା ସଂପର୍କରେ ସୁଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟାନ ମାନଙ୍କ ମଧ୍ୟରେ ଚନ୍ଦ୍ରଶେଖର ପୁଜାରୀ,ଦେବା ସୋଡି,ଅଶୋକପଟନାୟକ,ଜିତେନ୍ଦ୍ରେ ପାତ୍ର,ଅଶୋକସାହୁ ଓ ଏକାଡେମୀର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ । ପବିତ୍ର ଦୀପାବଳୀ ଉତ୍ସବରେ ବାଣଫୁଟାଇବା,କ୍ୟାଣ୍ଡେଲ ଜଳାଇବା ଓ ଡିଜେ ବଜାଇବାକୁ କୁ ବାରଣ କରାଯାଇ ପ୍ରାକୃତିକ ଉପାୟରେ ମାଟିଦୀପ ରେ ତେଲ ଓ ଘୀଅ ଜାଳି ପ୍ରଦୂଷୁଣମୁକ୍ତ ଉତ୍ସବ ମନାଇବା ପାଇଁ ଏହି ଅବସରେ ସମସ୍ତ ଅତିଥି ଓ ଏକାଡେମୀର ଛାତ୍ର ଛାତ୍ରୀ ମାନେ ସପଥ ନେଇଥିଲେ । ଶେଷରେ ଏକାଡେମୀର ମୁଖ୍ୟ ବିନାଶକୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏକାଡେମୀ ପକ୍ଷରୁ ସମସ୍ତଙ୍କ ପାଇଁ ଅର୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସୁଚନା ଯୋଗ୍ୟ ଯେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅଲଓଡିଶା ମାର୍ଶଲଆର୍ଟ ଏକାଡେମୀ ଓ ଜୁଡୋ ଆସୋସିଏସନ ରେ ତାଲିମ ନେଇ ଶତାଧିକ ଆଦିବାସୀ ଛାତ୍ର ଛାତ୍ରୀ ରାଜ୍ୟ ତଥା ଜାତୀୟ ଓ ଆନ୍ତ ର୍ଜାତୀୟ ସ୍ତରରେ ପୁରସ୍କାର ପାଇ ଜିଲ୍ଲାର ଗୌରବ ଆଣୁଥିବା ବେଳେ ବହୁ ପୁରାତନ ଅଲ ଓଡିଶା ମାର୍ଶଲ ଆର୍ଟ ଏକାଡେମୀ ପ୍ରତି ଜିଲ୍ଲାପ୍ରଶାସନ କି ରାଜ୍ୟସରକାର ଗୁରୁତ୍ୱ ଦେଉନଥିବାରୁ ଉକ୍ତ ଏକେଡେମୀଟି ଚଳାଇବା ବହୁ କଷ୍ଟକର ହୋଇପଡୁଛି, ଏହି ଏକାଡେମୀ ପ୍ରତି ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାର ଆର୍ଥିକ ଅନୁଦାନ ଦେଲେ ଏଠାରୁ ଅନେକ ଆଦିବାସୀ ଛାତ୍ର ଓ ଛାତ୍ରୀ ମାନେ ଜାତୀୟ, ଆନ୍ତର୍ଜାତୀୟସ୍ତର ପ୍ରତି ଯୋଗୀତା ସହିତ ଏସିଆନଗେମ୍ ଓ ଅଲମ୍ପିକ ରେ ଭାଗନେଇ କୃତକାର୍ଯ୍ୟ ହାସଲକରି ଜିଲ୍ଲାର ସୁନାମ ଆଣିପାରନ୍ତେ ବୋଲି ଜିଲ୍ଲାର କ୍ରୀଡାବିତ ମାନେ ମତପ୍ରକାଶ କରିଛନ୍ତି ।