Odiapua.com

ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫକୁ ନେଇ‘ଏବିଭିପି’ର ବିକ୍ଷୋଭ

ବାଲେଶ୍ୱର, ୫ା୧୧(ଓଡ଼ିଆ ପୁଅ/ଅଭୟ ଦାସ): ରିପବ୍ଲିକ୍ ଟିଭିର ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୁଲିସ ଗିରଫ କରିବା ଘଟଣାର ତୀବ୍ର ନିନ୍ଦା କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)। ମୁମ୍ବାଇ ପୁଲିସ ବିରୋଧରେ ଏବିଭିପି ବାଲେଶ୍ୱର ଶାଖା ପକ୍ଷରୁ ସ୍ଥାନୀୟ ସିନେମା ଛକଠାରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। ଏବିଭିପି ଜିଲ୍ଲା ସଂଯୋଜକ ରଜତ କୁମାର ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରମୁଖ ପ୍ରୁତ୍ୟଷ କୁମାର ବେହେରା, ବିଭାଗ ସହ-ପ୍ରମୁଖ ସୁବ୍ରତ କୁମାର ଧଳ, ରାଜ୍ୟ କ୍ରୀଡ଼ା ସଂଯୋଜକ ସାଇପ୍ରତିମ ସେନାପତି, ରାଜ୍ୟ ସହ-ସମ୍ପାଦକ ଲକ୍ଷ୍ମୀନାରାୟଣ ନାୟକ, ନଗର ଉପ-ସଭାପତି ସ୍ମୃତିରଂଜନ ବେହେରା ପ୍ରମୁଖ ଏଥିରେ ଯୋଗଦେଇ ମହାରାଷ୍ଟ୍ର ସରକାରଙ୍କ ସମେତ ମୁମ୍ବାଇ ପୁଲିସର କାର୍ଯ୍ୟଧାରାକୁ କଡ଼ା ସମାଲେଚନା କରିଥିଲେ। ଅର୍ଣ୍ଣବଙ୍କ ଗିରଫ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ବୋଲି ଛାତ୍ରନେତାମାନେ ମତ ପ୍ରକାଶ କରିଥିଲେ। ମହାରାଷ୍ଟ୍ର ସରକାରଙ୍କ ମନମୁଖୀ ଶାସନ ବିରୋଧରେ ନ୍ୟୁଜ୍ ପ୍ରସାରଣ କରାଯିବାକୁ ନେଇ ଆକ୍ରୋଶମୂଳକ ଭାବେ ଏହି ଗରିଫ କରାଯାଇଥିବା ସେମାନେ କହିଥିଲେ। ତୁରନ୍ତ ଅର୍ଣ୍ଣବଙ୍କ ମୁକ୍ତି ପାଇଁ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯାଇଛି।