Odiapua.com

ଅର୍ଣ୍ଣପାଳ ପଂଚାୟତରେ ସ୍ୱଚ୍ଛ ଭାରତ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭଦ୍ରକ, ୨୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ଦ୍ୱାରା ଅର୍ଣ୍ଣପାଳ ପଂଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଦଳ ପକ୍ଷରୁ ଚାଲିଥିବା “ସେବାପକ୍ଷ” ଅବସରରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଅର୍ଣ୍ଣପାଳ ପଂଚାୟତର ବିଭିନ୍ନ ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ,ବୃକ୍ଷ ରୋପଣ ଓ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗଦେବା ସହ ଭାରତକୁ ଏକ ବିକଶିତ ରାଷ୍ଟ୍ର ଓ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ ଗଢି ତୋଳିବାରେ ମୋଦିଙ୍କ ଡବଲ ଇଞ୍ଜିନକୁ ଆଗେଇନେବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପଂଚାୟତର ଦଳର ବରିଷ୍ଠ କାର୍ଯ୍ୟକର୍ତା,ମାତୃ ଶକ୍ତି,ଯୁବକ ବନ୍ଧୁ,ବୁଦ୍ଧିଜୀବୀ ଉପସ୍ଥିତ ରହି ସଫଳ କରାଇଥିଲେ। ତେବେ ଏହି କାର୍ଯ୍ୟକ୍ରମ ସାରି ବିଧାୟକ ଶ୍ରୀ ମହାପାତ୍ର ଫେରିବା ରାସ୍ତାରେ କେନ୍ଦ୍ରୀୟ ବିଦ୍ୟାଳୟ ପରିଦର୍ଶନ କରି ପିଲାମାନଙ୍କର ଯାତାୟତ କ୍ଷେତ୍ରରେ ବ୍ୟବହାର ହେଉଥିବା ଯାନର ଫିଟ୍‌ନେସ୍ ଯାଂଚ କରିବା ସହିତ ଯାହାର ଫିଟ୍‌ନେସ୍ ନାହିଁ, ତାହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆରଟିଓଙ୍କୁ ନିର୍ଦ୍ଦେଶ ଦେବା ସହ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।