Odiapua.com

ଅରୁଣ ଜେଟଲୀଙ୍କ ଚିଠି ମୋଦୀଙ୍କୁ : କହିଲେ, ଆବଶ୍ୟକ ନାହିଁ ମନ୍ତ୍ରୀ ପଦ!

ଜେଟଲୀଙ୍କର ଖରାପ ସ୍ୱାସ୍ଥ୍ୟର କାରଣ ଦର୍ଶାଇ କହିଲେ କି ତାଙ୍କୁ ନୂଆ ସରକାରରେ କୌଣସି ପଦର ଆବଶ୍ୟକତା ନାହିଁ
ନୂଆ ଦିଲ୍ଲୀ ୨୯-୫ (ଓଡ଼ିଆ ପୁଅ) ଅରୁଣ ଜେଟଲୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିକରି ଜଣାଇଛନ୍ତି କି ନୂଆ ସରକାରରେ ତାଙ୍କୁ କୌଣସି ମନ୍ତ୍ରୀ ପଦର ଆବଶ୍ୟକତା ନାହିଁ। ଜେଟଲୀଙ୍କର ଖରାପ ସ୍ୱାସ୍ଥ୍ୟର କାରଣ ଦର୍ଶାଇ କହିଲେ କି ତାଙ୍କୁ ନୂଆ ସରକାରରେ କୌଣସି ପଦର ଆବଶ୍ୟକତା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି କହିଲେ କି “ମୁଁ ଆପଣଙ୍କୁ ଔପଚାରିକ ରୂପରେ ଅନୁରୋଧ କରିବା ପାଇଁ ଚିଠି ଲେଖି ଜଣାଉଛି କି ମୋତେ ନିଜର ଉପଚାର ପାଇଁ ଏବଂ ନିଜର ସ୍ଵାସ୍ଥ୍ୟ ପାଇଁ ଉଚିତ ସମୟର ଆବଶ୍ୟକତା ଅଛି ଏବଂ ସେଥିପାଇଁ ନୂଆ ସରକାରରେ, ବର୍ତ୍ତମାନ ପାଇଁ ମୁଁ କୌଣସି ମଧ୍ୟ ଦାୟିତ୍ୱ ନେବାକୁ ଚାହୁଁନାହିଁ।”

ଜେଟଲୀ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଆପଣଙ୍କ ନେତୃତ୍ଵରେ ଗତ ସରକାରରେ ୫ ବର୍ଷ କାମ କରିବାକୁ ମୋରେ ସୌଭାଗ୍ୟ ଥିଲା ଏବଂ ମୋତେ ଅନେକ ଅନୁଭବ ମଧ୍ୟ ମିଳିଛି। ଏହା ପୂର୍ବରୁ ମଧ୍ୟ ପାର୍ଟୀ ମୋତେ ପ୍ରଥମ ଏନଡିଏ ସରକାରରେ, ପାର୍ଟୀ ସଂଗଠନରେ ମଧ୍ୟ ଏବଂ ବିରୋଧି ଦଳରେ ମଧ୍ୟ ମୋତେ ଦାୟିତ୍ୱ ଦିଆଯାଇଥିଲା। ମୁଁ ଏହାଠାରୁ ଅଧିକ କେବେହେଲେ ଚାହିଁନାହିଁ।

କିଡନି ସମ୍ବନ୍ଧୀତ ରୋଗରେ ଅରୁଣ ଜେଟଲୀଙ୍କର ଗତ ବର୍ଷ ମଇରେ କିଡନୀ ଟ୍ରାଂସପ୍ଲାଣ୍ଟ ହୋଇଥିଲା। ଚଳିତ ବର୍ଷ ଜାନୁଆରିରେ ସେ ସର୍ଜରୀ ପାଇଁ ଆମେରିକା ଗସ୍ତ କରିଥିଲେ। ତାଙ୍କର ବାମ ଗୋଡ଼ରେ ସଫ୍ଟ ଟିସୁ କ୍ୟାନ୍ସର ମଧ୍ୟ ଅଛି। ଏହି କାରଣରୁ ସେ ମୋଦୀ ସରକାରଙ୍କର ପ୍ରଥମ କାର୍ଯ୍ୟକାଳର ଅନ୍ତରିମ ବଜେଟ ଆଗତ କରିପାରିନଥିଲେ। ତାଙ୍କ ସ୍ଥାନରେ ରେଳ ଏବଂ କୋଇଲା ମନ୍ତ୍ରୀ ପୀୟୁଷ ଗୋୟଲ ବଜେଟ ଉପସ୍ଥାପନା କରିଥିଲେ।

କୁହାଯାଇପାରେଯେ, କି ଅରୁଣ ଜେଟଲୀ ପେଶାରେ ଓକିଲ ଅଟନ୍ତି। ସେ ମୋଦୀ କ୍ୟାବିନେଟର ମହତ୍ଵପୂର୍ଣ୍ଣ ନେତା ମଧ୍ୟ। ଅନେକ ମାମଲାରେ ସେ ସରକାରଙ୍କର ମୁଖ୍ୟ ସଂକଟମୋଚକ ଭାବରେ ସାମନାକୁ ଆସିଥାନ୍ତି।