Odiapua.com

ଅଯୋଧ୍ୟା ରାମମନ୍ଦିର ନିର୍ମାଣ ନିମନ୍ତ୍ରଣ ଓ ଅକ୍ଷତ ବଣ୍ଟନ

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ନଗୁଆଁ ପଞ୍ଚାୟତରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ ଓ ଅକ୍ଷତ ବିତରଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଯୁବନେତା ସୁବାସ ପାତ୍ରଙ୍କ ନେତୃତ୍ୱରେ ବାରିକପୁର ଶ୍ରୀରାମ ମନ୍ଦିର ଠାରୁ ସଙ୍କିର୍ତ୍ତନମଣ୍ଡଳୀ ଓ ଅକ୍ଷତ କଳସ ଶୋଭାଯାତ୍ରା ବାଘମରା, ପାହିମହୁରା, ଡଗରପଡା, ଧୂଳିଗଡିଆ, ବରଗଡିଆ, ବାହାଦଲପୁର ପରିକ୍ରମା କରି ଘରକୁ ଘର ବୁଲି ନିମନ୍ତ୍ରଣ କରାଯାଇଥିଲା । ଏହାସହ ୨୨ତାରିଖ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ପ୍ରତ୍ୟେକ ପରିବାର ଦ୍ୱାର ମୁହଁରେ କଳସ ସ୍ଥାପନ କରିବାକୁ ଅନରୋଧ କରାଯାଇଥିଲା । ଭର୍ଡାରିପୋଖରୀ ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ, ସରପଞ୍ଚ କାଞ୍ଚନ ପାତ୍ର, ବରିଷ୍ଠ ନେତା ପଞ୍ଚାନନ ରାଉତ, ବାରିକପୁର ରାମମନ୍ଦିର ପରିଚାଳନାମଣ୍ଡଳୀ ସଦସ୍ୟ ଡାକ୍ତର ନିରଞ୍ଜନ ଓଝା, ପ୍ରଭାକର ପାତ୍ର, ଶିକ୍ଷକ ଜଗବନ୍ଧୁ ରାଉତ, ସୁରେଶ ବେହେରା, ୱାର୍ଡ ମେମ୍ବର ଜୟସ୍ମୀତା ଗୋଚ୍ଛାୟତ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ତପନ ପାତ୍ରଙ୍କ ସମେତ ପଞ୍ଚାୟତ କର୍ମୀ କାର୍ତ୍ତିକ ପଣ୍ଡା, ସଭାପତି ବୈଦ୍ୟନାଥ ଦାସ, ଉପସଭାପତି ମୃତ୍ୟୁଞ୍ଜୟ ଗୋଚ୍ଛାୟତ, ପୂର୍ବତନ ସରପଞ୍ଚ କମଳକୁମାର ନନ୍ଦ, ରବିନ୍ଦ୍ର ମହାନ୍ତି, ଚିନ୍ମୟ ପଟ୍ଟନାୟକ, ଟୁଟୁ ବାରିକ, କାବୁଲ ପାତ୍ର, ଭୀମସେନ ସାହୁ, ପ୍ରଦୀପ ବେହେରା, ଦିନେଶ ବାରିକ, ଶରତ ଦାସ, ଦୀପକ ଜେନା, ଏକାଦଶୀ ଜେନା, ମାନସ ଦତ୍ତ, ରମାକାନ୍ତ ସ୍ୱାଇଁ, ବୃନ୍ଦାବନ ଦାସ, ମାନସ ପାତ୍ର, ଦିପୁ ପାତ୍ର, ପ୍ରଶାନ୍ତ ସେଠୀ, ମନୋଜ ଅରଖ, ଟୁଙ୍ଗା ବେହେରା, ଟୁକୁନା ମାଝୀ, କିଶୋର ସେଠୀ, ବୁଦ୍ଧିଆ ଜେନା, ରବି ସାହୁ, ନରେନ୍ଦ୍ର ଦତ୍ତ, ପବିତ କୁଣ୍ଡୁ, ନିରଞ୍ଜନ କୁଣ୍ଡୁ, ମନ୍ଦାକିନୀ ସାମଲ, ସୁଶୀଳା ଦାସ ଯୋଗଦେଇଥିଲେ ।